www.samajalive.in
Sunday, December 7, 2025
26.1 C
Bhubaneswar

ଆମ୍‍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

ଫୁଲବାଣୀ: ଆଉ ମାତ୍ର ବର୍ଷେ ପରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ଏବେଠାରୁ ସବୁ ଦଳ ତତ୍ପର ହୋଇ ଉଠିଥିବା ବେଳେ ତିନି ପ୍ରମୁଖ ଦଳ ପରି ଏଥର କନ୍ଧମାଳ ଜିଲାରେ ସାମିଲ୍‍ ହୋଇଛି ଆମ୍‍ ଆଦମୀ ପାର୍ଟି। ଆଜି ଫୁଲବାଣୀଠାରେ ଦଳର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶେଷ କରି ଯୋଗଦେଇଥିବା ଅତିଥିମାନେ ଆଗାମୀ ଦିନରେ ଆମ୍‍ ଆଦମୀ ପାଟି କନ୍ଧମାଳ ଜିଲା ଗାଁ ଗାଁରେ ପହଞ୍ଚିବ। ଲୋକଙ୍କୁ ରାଜ୍ୟ ସରକାରଙ୍କ ଦୁର୍ନୀତି ବିଷୟରେ ସଚେତନ କରିବ। ନିର୍ବାଚନରେ ଦଳ ଜିଲାର ସମସ୍ତ ବିଧାନସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ଦେବକୁ ନିଷ୍ପତ୍ତି ନେଇଛି। ବର୍ଷ ବର୍ଷ ଧରି ଲୋକଙ୍କୁ ପ୍ରତିଶୃତି ଦେଇ ଯେଉଁ ଦଳର ନେତାମାନେ ପ୍ରତାରଣା କରୁଛନ୍ତି ଆପ୍‍ ଦଳ ତା’ର ଉଚିତ୍‍ ଜବାବ ଦେବ ବୋଲି ମତ ଦେବା ସହିତ ଆମ ସରକାର ଆସିଲେ ରାଜ୍ୟରେ ମାଗଣା ବିଜୁଳି, ପାଣି ଓ ଶିକ୍ଷା ଦାନ ଉପରେ ଗୁରୁତ୍ୱ ଦେବ ବୋଲି ବକ୍ତାମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଆମ୍‍ ଆଦମୀ ପାର୍ଟିର ଜିଲା ଆଇନ ପରାମର୍ଶଦାତା ରଜତ କୁମାର ନାୟଙ୍କ ସଂଯୋଜନାର ଅନୁଷ୍ଠିତ ଏହି ସମ୍ମିଳନୀରେ କନ୍ଧମାଳ ପ୍ରଭାରୀ ଆଦିତ୍ୟ ନାରାୟଣ ରଥ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦଳର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଳେ।

ଅନ୍ୟମାନଙ୍କ ମଧ୍ୟରେ ଜିଲା ସଭାପତି ବଳରାମ ଦିଗାଲ, ଉପସଭାପତି ଯଉବନ ମଲ୍ଲିକ , କନ୍ଧମାଳ ମୁଖପାତ୍ର ଗିରିଶ୍‍ ପଟ୍ଟନାୟକ, ଜିଲା ସଂପାଦକ ଫିରୋଜ କୁମାର ନାୟକ, ଫୁଲବାଣୀ ନଗର ସଭାପତି ରଶ୍ମୀତା ପଟନାୟକ, ଜିଲା ଅର୍ଥ ଉପଦେଷ୍ଟା ଜରବସେ୍‍ ଦିଗାଲ, ଜିଲା ପରାମର୍ଶ ଦାତା ତଥା ବରିଷ୍ଠ କର୍ମକର୍ତ୍ତା ରାଜ୍‍ କିଶୋର ପାଢ଼ୀ, ଜିଲା ଯୁବ ସଭାପତି ସଂଜିବ୍‍ କୁମାର ପ୍ରଧାନ, କୋର୍‍ କମିଟିର ମୁଖ୍ୟ ଦିଲିପ୍‍ ଦିଗାଲ ଏବଂ ଆଦିବାସୀ ସେଲର ସଭାପତି ମହେନ୍ଦ୍ର କୁମାର ମଲିକଙ୍କ ସମେତ ରନ୍ତୋଷ ନାୟକ, ସୁଦାମ ମୁଠାମାଝୀ ଓ ଅନ୍ୟମାନେ ବକ୍ତ୍ୟବ ପ୍ରଦାନ କରିଥିଲେ। ଅନୁଷ୍ଠିତ ସମ୍ମିଳନୀ ସମଗ୍ର ଜିଲାର ବହୁ ମହିଳା ଓ ପୁରୁଷ କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories