ଏଣିକି ଆଧାର ଯାଞ୍ଚ ପାଇଁ ମୁଖ ଚିହ୍ନଟ ବ୍ୟବସ୍ଥା

0

ନୂଆଦିଲ୍ଲୀ : ଅଙ୍ଗୁଳି ଛାପ, ଆଖି ଡୋଳାର ସ୍କାନ ସହିତ ମୁଖ ଚିହ୍ନଟକୁ ଏଣିକି ଆଧାର ଯାଞ୍ଚର ଏକ ମାଧ୍ୟମ ଭାବେ ଉପଯୋଗ କରାଯାିବ। ଭାରତୀୟ ଏକକ ପରିଚୟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ବୁଧବାର ମୁଖମଣ୍ଡଳ ଦ୍ୱାରା ଆଧାର ଯାଞ୍ଚ ପ୍ରକ୍ରିୟାକୁ ଅନୁମୋଦନ କରିଛନ୍ତି। ଅଗଷ୍ଟ ୧ରୁ ଏହା କାର୍ଯ୍ୟକାରୀ ହେବ। ଅଙ୍ଗୁଳି ଛାପ ଓ ଆଖି ଡୋଳା ସ୍କାନ ଭଳି ଦୁଇଟି ବାୟୋମେଟ୍ରିକ ଯାଞ୍ଚକୁ ନେଇ ଅନେକ ଅଭିଯୋଗ ଆସିବା ପରେ ୟୁଆଇଡିଏଆଇ ଏହି ନୂଆ ବ୍ୟବସ୍ଥାକୁ ଆପଣାଇଛନ୍ତି। ଅଙ୍ଗୁଳି ଛାପ, ଆଖି ଡୋଳା ସ୍କାନ ଓ ମୁଖ ଚିହ୍ନଟ ଦ୍ୱାରା ଆଧାର ଯାଞ୍ଚ ହୋଇପାରିବ। ୟୁଆଇଡିଏଆଇ ସିଇଓ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି ଯେ ନୂଆ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ସମୟ ସାପେକ୍ଷ ଥିଲା। ତେଣୁ ଏହା ବିଳମ୍ବିତ ହୋଇଛି। ଏହି ବ୍ୟବସ୍ଥାକୁ ଜୁଲାଇ ୧ରୁ କାର୍ଯ୍ୟକାରୀ ହେବାକୁ କୁହାଯାଇଥିଲା।

Leave A Reply