www.samajalive.in
Sunday, December 7, 2025
18.1 C
Bhubaneswar

ଆତଙ୍କୀ ସଂଗଠନକୁ ପାଣ୍ଠି ଯୋଗାଣ ମାମଲା : ହାଫିଜ ସୟିଦକୁ ୫ବର୍ଷ କାରାଦଣ୍ଡ

ଲାହୋର : ମୁମ୍ବଇ ଆତଙ୍କୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଜମାତ-ଉଦ-ଦାୱା(ଜେୟୁଡି) ପ୍ରମୁଖ ହାଫିଜ୍ ସୟିଦକୁ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ମାମଲାରେ ପାକିସ୍ତାନର ଆତଙ୍କବାଦ ବିରୋଧୀ ଅଦାଲତ(ଏଟିସି) ବୁଧବାର ୫ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି।

ଗତ ୬ ତାରିଖରେ ଅଦାଲତ ମାମଲାର ଶୁଣାଣି ରାୟ ସଂରକ୍ଷିତ ରଖିଥିଲେ। ତା’ ବିରୁଦ୍ଧରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ନେଇ ଯେତେ ଗୁଡିଏ ମାମଲା ରହିଛି ତାହାର ଏକାଠି ଶୁଣାଣି କରିବା ପାଇଁ ହାଫିଜ୍ ବିଚାରପତିଙ୍କ ନିକଟରେ ଆବେଦନ କରିଥିଲା। ସୂଚନାଯୋଗ୍ୟ, ହାଫିଜ ବିରୁଦ୍ଧରେ  ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ, ବେଆଇନ ଅର୍ଥ ଲଗାଣ ଓ କାରବାର ଏବଂ ଅବୈଧ ଜବର ଦଖଲ ଆଦି ୨୯ଟି ମାମଲା ଚାଲିଛି।

- Advertisement -

ପାକିସ୍ତାନ ସମ୍ବାଦପତ୍ର ‘ଡନ’ ଅନୁସାରେ ଲାହୋର ଆତଙ୍କବାଦ ବିରୋଧୀ ଅଦାଲତ(ଏଟିସି) ବିଚାରପତି ଅରସଦ ହୁସେନ ଭୁଟ୍ଟୋ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣର ୨ଟି ମାମଲାରେ ହାଫିଜ୍ ସୟିଦ ବିରୁଦ୍ଧରେ ଶୁଣାଣିକୁ ଗତ ଶନିବାର ୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ

ତେବେ ଶନିବାର ଶୁଣାଣି ପରେ ଅଦାଲତର ଜଣେ ଅଧିକାରୀ ପିଟିଆଇକୁ କହିଥିଲେ, ଯେ ହାପିଜ ବିଚାରପତିଙ୍କ ନିକଟରେ ଆବେଦନ କରି କହିଛି ଯେ, ତାବିରୁଦ୍ଧରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ନେଇ ଥିବା ୬ଟି ମାମଲାର ଏକାଠି ଶୁଣାଣି କରାଯାଉ ସମସ୍ତ ମାମଲାର ଶୁଣାଣି ପରେ ଚୁଡାନ୍ତ ରାୟ ଘୋଷଣା କରାଯାଉ ତେବେ ଉପ ସରକାରୀ ଓକିଲ ଜେନରାଲ ଅବଦୁଲ ରଓଫ ବଟ୍ଟୁ ଏହାକୁ ବିରୋଧ କରିଥିଲେ ପୂର୍ବରୁ ୨ଟି ମାମଲାର ଶୁଣାଣି ସରିଥିବା ବେଳେ ତୁରନ୍ତ ରାୟ ପ୍ରକାଶ କରିବାକୁ ଦାବି କରିଥିଲେ।ତେବେ କୋର୍ଟ ମାମଲାର ଶୁଣାଣୀ କରି ରାୟ ସଂରକ୍ଷିତ ରଖିଥିଲେ।  

ଅନ୍ୟପକ୍ଷରେ ହାଫିଜର ସହଯୋଗୀ ହାଫିଜ ଅବଦୁଲ ସଲାମ ବିନ୍ ମହମ୍ମଦ, ମହମ୍ମଦ ଅଶରଫ୍ ଏବଂ ପ୍ରଫେସର ଜାଫର ଇକବାଲଙ୍କୁ ଆତଙ୍କବାଦ ନିରୋଧୀ ଆଇନ ୧୯୯୭ ଅଧୀନରେ ଗିରଫ କରାଯାଇଥିଲା।

 

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories