www.samajalive.in
Sunday, December 7, 2025
23.1 C
Bhubaneswar

ସାମ୍ନାକୁ ଆସିଲା ବଜାଜ ସିଏନଜି ବାଇକର ନୀଳ ନକ୍ସା, ୧୮ ଜୁନରେ ହୋଇପାରେ ବଜାର ପ୍ରବେଶ

ନୂଆଦିଲ୍ଲୀ : ବଜାଜ ବିଶ୍ବର ପ୍ରଥମ ସିଏନଜି ମୋଟରସାଇକେଲ ୧୮ ଜୁନରେ ଲଞ୍ଚ୍ କରିବ । କମ୍ପାନୀ ନିକଟରେ ପଲସର ଏନଏସ୪୦୦ଜେଡର ବଜାର ପ୍ରବେଶ ଅବସରରେ ଏନେଇ ସୂଚନା ଦେଇଛି । ଏବେ ଏହି ମୋଟରସାଇକେଲର ନୀଳ ନକ୍ସା ସାମ୍ନାକୁ ଆସିଛି । ଏହା ମାଧ୍ୟମରେ ଗାଡିର ଡିଜାଇନ ସମ୍ପର୍କରେ ଜଣାପଡୁଛି । କୁହାଯାଉଛି କି ଏହି ବାଇକ ଏକ କିଲୋଗ୍ରାମ ସିଏନଜିରେ ୧୦୦ରୁ ୧୨୦ କିଲୋମିଟର ମାଇଲେଜ୍ ପ୍ରଦାନ କରିବ ।

ନୀଳ ନକ୍ସା କଥା କହିବା ତ ଏହି ମୋଟରସାଇକେଲରେ ସିଏନଜି ସିଲିଣ୍ଡରକୁ ସେଟ୍ କରିବା ପାଇଁ ବ୍ରେସିଜ ସହିତ ଡବଲ କ୍ରେଡଲ ଫ୍ରେମ ପ୍ରସ୍ତୁତ କରାଯାଇଛି । ଏହାକୁ ସିଟ୍ ତଳେ ଲଗାଯାଇଛି । ସିଏନଜି ଭରିବା ପାଇଁ ନୋଜଲକୁ ସାମ୍ନା ପଟକୁ ରଖାଯାଇଛି । ଏହି ମୋଟରସାଇକେଲରେ ଏକ ଛୋଟ ପେଟ୍ରୋଲ ଟ୍ୟାଙ୍କ ମଧ୍ୟ ମିଳିବ । ଏଥିରେ ତେଲ ପକାଇବା ପାଇଁ ଏକ ଲିଡ୍ ମଧ୍ୟ ଲଗାଯାଇଛି । ସିଏନଜି ଏବଂ ପେଟ୍ରୋଲ ଟ୍ୟାଙ୍କକୁ ସମଯୋଜିତ କରିବା ପାଇଁ ଏକ ସ୍ଲାପର ଇଞ୍ଜିନ ମିଳିବ ।

- Advertisement -

ବଜାଜ ଏହି ବାଇକରେ ବାୟୋ ଫ୍ୟୁଲ ସେଟଅପ୍ ମଧ୍ୟ ଦେଇପାରେ । ଯଦି ଏମିତି ହୁଏ ତେବେ କମ୍ପାନୀ ଏକ ସ୍ବତନ୍ତ୍ର ସ୍ବିଚ୍ ମଧ୍ୟ ଏଥିରେ ପ୍ରଦାନ କରିପାରେ । ଯାହା ଫଳରେ ଚାଳକ ପେଟ୍ରୋଲରୁ ସିଏନଜି ବା ସିଏନଜିରୁ ପେଟ୍ରୋଲକୁ ଇନ୍ଧନ ବିକଳ୍ପ ପରିବର୍ତ୍ତନ କରିପାରିବ । ଏକ କେ.ଜି ସିଏନଜିରେ ଏହି ବାଇକ ୧୦୦ ବା ୧୨୦ କିଲୋମିଟର ରେଞ୍ଜ ପ୍ରଦାନ କରିପାରିବ । କମ୍ପାନୀ ମୋଟରସାଇକେଲର ଇନ୍ଧନ ଖର୍ଚ୍ଚ କମାଇବା ପାଇଁ ବହୁ ଆଗରୁ ଯୋଜନା କରି ଏହି ମଡେଲ ପାଇଁ କାମ କରୁଥିଲା ।

ବଜାଜ ପ୍ରସ୍ତୁତ, ଜୁନରେ ଆସିପାରେ ବିଶ୍ବର ପ୍ରଥମ ସିଏନଜି ମୋଟରସାଇକେଲ

ଫିଚର୍ସ କଥା କହିବା ତ ଏଥିରେ ୧୭ ଇଞ୍ଚର ହ୍ବିଲ୍ ଏବଂ ୮୦/୧୦୦ ଟ୍ୟୁବଲେସ ଟାୟାର ମିଳିବା ଅନୁମାନ କରାଯାଉଛି । ଆଗରେ ଡିସ୍କ ବ୍ରେକ୍ ଏବଂ ପଛରେ ଡ୍ରମ୍ ବ୍ରେକ୍ ମିଳିପାରେ । ଆଗରେ ଟେଲିସ୍କୋପିକ୍ ଏବଂ ପଛରେ ମୋନୋଶକ୍ ୟୁନିଟ୍ ସାମିଲ ହେବ । ଏହା ବ୍ୟତୀତ ଗାଡିର ଏବିଏସ୍ ଏବଂ ନନ୍-ଏବିଏସ୍ ଭେରିଏଣ୍ଟ ଆସିପାରେ । ଗାଡିରେ ଗିୟର ଇଣ୍ଡିକେଟର, ଗିୟର ଗାଇଡାନ୍ସ ଏବଂ ଏବିଏସ୍ ଇଣ୍ଡିକେଟର ଭଳି ତଥ୍ୟ ସେମି ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟରରେ ମିଳିପାରେ । ଆଗରେ ଏଲଇଡି ଲାଇଟ୍ ପ୍ରଦାନ କରିବ କମ୍ପାନୀ । ଏହାର ଦାମ୍ ପ୍ରାୟ ଲକ୍ଷେରୁ ଲକ୍ଷେ ୨୦ ହଜାର ଟଙ୍କା ମଧ୍ୟରେ ହୋଇପାରେ ବୋଲି ଆକଳନ କରାଯାଉଛି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories