BJD Bijuli 480×75 Mob

ବଜାଜ ପ୍ରସ୍ତୁତ, ଜୁନରେ ଆସିପାରେ ବିଶ୍ବର ପ୍ରଥମ ସିଏନଜି ମୋଟରସାଇକେଲ

BJD Bijuli 480×75 Mob

ନୂଆଦିଲ୍ଲୀ : ବଜାଜ ଅଟୋ ୧୮ ଜୁନ ୨୦୨୪ରେ ନିଜ ସିଏନଜି ମୋଟରସାଇକେଲ ଲଞ୍ଚ୍ କରିବା ପାଇଁ ପ୍ରସ୍ତୁତ ହୋଇଯାଇଛି । ପଲସର ଏନଏସ୪୦୦ଜେଡର ବଜାର ପ୍ରବେଶ ସମୟରେ ବଜାଜ ଅଟୋର ପରିଚାଳନା ନିର୍ଦ୍ଦେଶକ ରାଜୀବ ବଜାଜ ଏନେଇ ସୂଚନା ଦେଇଛନ୍ତି । ବଢୁଥିବା ପେଟ୍ରୋଲ ଦାମକୁ ନଜରରେ ରଖି ବଜାଜ ଏହି ସିଏନଜି ମୋଟରସାଇକେଲ ଜରିଆରେ ବାଇକ ଯାତ୍ରା ଖର୍ଚ୍ଚକୁ କମ୍ କରିବାକୁ ଯୋଜନା ରଖିଛି । ଏହା ବିଶ୍ବର ପ୍ରଥମ ସିଏନଜି ମୋଟରସାଇକେଲ ହେବ ।

ଏପର୍ଯ୍ୟନ୍ତ ଏହି ବାଇକର ସମ୍ପୂର୍ଣ୍ଣ ସୂଚନା ସାମ୍ନାକୁ ଆସିପାରିନି । କିନ୍ତୁ କିଛି ମାସ ପୂର୍ବରୁ ଏହାକୁ ଟେଷ୍ଟିଂ ସମୟରେ ଦେଖିବାକୁ ମିଳିଥିଲା । ଟେଷ୍ଟିଂ ସମୟରେ ନଜର ଆସିଥିବା ଏହି ବାଇକ ସାଧାରଣ କମ୍ୟୁଟିଂ ମଡେଲ ଭଳି ନଜର ଆସୁଥିଲା ଯେଉଁଥିରେ ହାଲୋଜିନ୍ ଟର୍ଣ୍ଣ ଇଣ୍ଡିକେଟର, ଟେଲିସ୍କୋପିକ୍ ଫୋକର୍ସ ଏବଂ ସସପେନ୍ସନ ପାଇଁ ମୋନୋଶକ୍ ୟୁନିଟ୍ ଥିଲା । ଏହା ବ୍ୟତୀତ ବାଇକରେ ମଲ୍ଟି ସ୍ପୋକ୍ ଆଲୟ ହ୍ବିଲ୍ସ, ସିଙ୍ଗଲ ସିଟ୍ ଏବଂ ଡିସ୍କ ବ୍ରେକ୍ ସୁବିଧା ମଧ୍ୟ ମିଳିଥିବା ଜଣାପଡିଥିଲା ।

ବଜାରକୁ ଆସିଲା ନୂଆ ଇଲେକ୍ଟ୍ରିକ୍ ସ୍କୁଟର, ଜାଣନ୍ତୁ ଦାମ୍ ଓ ଫିଚର୍ସ

ଏପର୍ଯ୍ୟନ୍ତ ଏହାର ଇଞ୍ଜିନ ସମ୍ପର୍କରେ କୌଣସି ସୂଚନା ଜଣାପଡିନି । ବଜାଜ ବର୍ତ୍ତମାନର ପେଟ୍ରୋଲ ଇଞ୍ଜିନକୁ ସିଏନଜି ପାଇଁ ପରିବର୍ତ୍ତନ କରିପାରେ କିମ୍ବା ନୂଆ ସିଏନଜି ଇଞ୍ଜିନ ମଧ୍ୟ ଆଣିପାରେ । ତେବେ ୧୮ ଜୁନ୍ ସୁଦ୍ଧା କମ୍ପାନୀ ଏହାର ବଜାର ପ୍ରବେଶ କରାଇବା ବୋଲି ସୂଚନା ମିଳିଛି ।

Comments are closed.