ବଜାରକୁ ଆସିଲା ନୂଆ ଇଲେକ୍ଟ୍ରିକ୍ ସ୍କୁଟର, ଜାଣନ୍ତୁ ଦାମ୍ ଓ ଫିଚର୍ସ

ନୂଆଦିଲ୍ଲୀ : ଦେଶର ଇଲେକ୍ଟ୍ରିକ୍ ଗାଡି ନିର୍ମାତା କମ୍ପାନୀ ଓଡେସି ବଜାରକୁ ୨ ନୂଆ ଇଲେକ୍ଟ୍ରିକ୍ ସ୍କୁଟର ନେଇଆସିଛି । କମ୍ପାନୀ ନୂଆ ଟେକ୍ନୋଲୋଜି ବିଶିଷ୍ଟ ୨ ଇଲେକ୍ଟ୍ରିକ୍ ସ୍କୁଟରକୁ ଭାରତୀୟ ବଜାରରେ ଲଞ୍ଚ୍ କରିଛି । କମ୍ପାନୀ ସ୍ନାପ୍ ହାଇସ୍ପିଡ୍ ସ୍କୁଟର ଏବଂ ଇ୨ ଲୋ  ସ୍ପିଡ୍ ଇଲେକ୍ଟ୍ରିକ୍ ସ୍କୁଟର  ନେଇଆସିଛି । କହିରଖୁଛୁ ବଜାରରେ ପୂର୍ବରୁ ଅନେକ ଇ-ସ୍କୁଟର ରହିଛି । ଯଦି ଆପଣ ମଧ୍ୟ କୌଣସି ଇଲେକ୍ଟ୍ରିକ୍ ସ୍କୁଟର କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ଏହି ସ୍କୁଟରର ଫିଚର୍ସ ସମ୍ପର୍କରେ ଜାଣିବା ଉଚିତ୍ ।

କମ୍ପାନୀ ସୂଚନା ଅନୁସାରେ ଏହି ଇଲେକ୍ଟ୍ରିକ୍ ସ୍କୁଟରକୁ ଏଭଳି ଡିଜାଇନ କରାଯାଇଛି ଯାହାଦ୍ବାରା ଏହା ହାଇସ୍ପିଡ୍ ପ୍ରଦାନ କରିପାରିବ । ଏହି ସ୍କୁଟରର ଟପ୍ ସ୍ପିଡ୍ ୬୦ କିଲୋମିଟର ପ୍ରତି ଘଣ୍ଟା ଏବଂ ଏହାକୁ ଥରେ ଚାର୍ଜ କଲେ ୧୦୫ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିହେବ । ଏହା ବ୍ୟତୀତ କମ୍ପାନୀ କହିଛି କି ଏହି ସ୍କୁଟର ୪ ଘଣ୍ଟାରେ ସମ୍ପୂର୍ଣ୍ଣ ରୂପେ ଚାର୍ଜ ହୋଇଯିବ ।

ଥର୍‌କୁ ଟକ୍କର ଦେବାକୁ ଆସିଲା ଗୁର୍‌ଖା, ଜାଣନ୍ତୁ ଦାମ୍ ଓ ଫିଚର୍ସ

ସ୍କୁଟରକୁ ଆଇପି୬୭ ର ରେଟିଂ ମଧ୍ୟ ମିଳିଛି । ଅର୍ଥାତ୍ ବର୍ଷାରେ ଯାତ୍ରା କଲେ ମଧ୍ୟ ସ୍କୁଟରର ବ୍ୟାଟେରୀ ଉପରେ କୌଣସି ପ୍ରଭାବ ପଡିବନି । ଏଥିରେ ୨ ହଜାର ଓ୍ବାଟ୍ ପିକ୍ ମୋଟର ଆଉଟପୁଟ୍ ଆସିଥାଏ । ଏଥିରେ ଏଲଏଫପି ବ୍ୟାଟେରୀ ଦିଆଯାଇଛି ଯାହା ଫାୟାରପ୍ରୁଫ୍, ଲଙ୍ଗ୍ ଲାଷ୍ଟିଂ ଏବଂ ଅନ୍ୟ ବ୍ୟାଟେରୀ ଅପେକ୍ଷା ଅଧିକ ସୁରକ୍ଷିତ । ଲୋ ସ୍ପିଡ୍ ଇ-ସ୍କୁଟରରେ ୨୫୦ ଓ୍ବାଟର ପିକ୍ ମୋଟର ଆଉଟପୁଟ୍ ମିଳିବ । ଏହି ସ୍କୁଟର ୨୫ କିଲୋମିଟର ପ୍ରତି ଘଣ୍ଟାର ଟପ୍ ସ୍ପିଡ୍ ଏବଂ ସିଙ୍ଗଲ ଚାର୍ଜରେ ୭୦ କିମିର ରେଞ୍ଜ ପ୍ରଦାନ କରିବ । ଏହି ମଡେଲ ମଧ୍ୟ ୪ ଘଣ୍ଟାରେ ସମ୍ପୂର୍ଣ୍ଣ ଚାର୍ଜ ହୋଇଯିବ । ଦାମ୍ କଥା କହିବା ତ ହାଇ ସ୍ପିଡ୍ ଇଲେକ୍ଟ୍ରିକ୍ ସ୍କୁଟର ୭୯,୯୯୯ ଟଙ୍କା ଏକ୍ସ-ଶୋରୁମ୍ ଦାମ୍ ସହିତ ଆସିଥାଏ । ଏବଂ ଲୋ ସ୍ପିଡ୍ ଇ-ସ୍କୁଟର ଗ୍ରାହକଙ୍କ ପାଇଁ ୬୯,୯୯୯ ଟଙ୍କା ଏକ୍ସ-ଶୋରୁମ୍ ଦାମ୍ ସହିତ ଆସୁଛି ।

Comments are closed.