ସୁଜାତାଙ୍କ ସ୍ଥାନରେ ଶାଲିନୀଙ୍କୁ ଦାୟିତ୍ବ

ମିଶନ ଶକ୍ତି ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗକୁ ବଦଳି

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ପଦରୁ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ଏହାସହିତ ଅତିରିକ୍ତ ଦାୟିତ୍ବରେ ଥିବା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ସଚିବ ପଦରୁ ହଟାଇ ଦିଆଯାଇଛି। ସୁଜାତାଙ୍କ ସ୍ଥାନରେ ଶାଲିନୀ ପଣ୍ଡିତ ହେଲେ ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ। ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ସଚିବ ଶାଲିନୀ ପଣ୍ଡିତଙ୍କୁ ଉପରୋକ୍ତ ଅତିରିକ୍ତ ଦାୟିତ୍ବ ତୁଲାଇବା ପାଇଁ ସରକାର ଅନୁମତି ଦେଇଛନ୍ତି। ଏ ସଂକ୍ରାନ୍ତରେ ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

prayash

ବିଜେପି ଗତକାଲି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ମିଶନ ଶକ୍ତି ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲା । ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ସର୍ବସାଧାରଣ ଲୋକଙ୍କ ସହ ଜଡ଼ିତ ନଥିବା ବିଭାଗକୁ ବଦଳି କରିବାକୁ ନିର୍ଦେଶ ଦିଆଯାଇଥିଲା। ବିଜେପିର ସାଂଘତିକ ଅଭିଯୋଗ ପରେ ବଦଳି ନିର୍ଦେଶ ଦେଇଥିଲେ। ଭୋଟରଙ୍କୁ ଧମକାଉଥିବା ଅଭିଯୋଗ କରିଥିଲା ବିଜେପି।

Comments are closed.