nua o banner

ଜନ୍‍ ଆର୍‍. ବୋଲ୍‍ଟନ୍‍ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା

BSKY banner  750×100
0

ୱାଶିଂଟନ : ମିଳିତ ଜାତିସଂଘରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ଜନ୍‍ ଆର୍‍. ବୋଲ୍‍ଟନ୍‍ ରାଷ୍ଟ୍ରପତି ଡୋନାଲ୍‍ଡ ଟ୍ରମ୍ପଙ୍କର ନୂତନ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ । ସେ ଆସନ୍ତା ମାସ ୯ ତାରିଖରୁ କାର୍ଯ୍ୟଭାର ଗ୍ରହଣ କରିବେ । ଲେଫ୍ଟନାଣ୍ଟ୍‍ ଜେନେରାଲ୍‍ ଏଚ୍‍.ଆର୍‍. ମ୍ୟାକ୍‍ମାଷ୍ଟର୍‍ଙ୍କ ସ୍ଥାନରେ ସେ କାର୍ଯ୍ୟଭାର ଗ୍ରହଣ କରିବେ । ରାଷ୍ଟ୍ରପତି ଟ୍ରମ୍ପ ଏ ସଂପର୍କରେ ଟ୍ୱିଟର୍‍ରେ ଘୋଷଣା କରିଛନ୍ତି ।

୨୦୧୭ରେ ରାଷ୍ଟ୍ରପତି ଟ୍ରମ୍ପ କାର୍ଯ୍ୟଭାର ଗ୍ରହଣ କରିବା ପରେ ହ୍ୱାଇଟ୍‍ ହାଉସ୍‍ରୁ ଆଉ ଜଣେ ବରିଷ୍ଠ ଅଧିକାରୀଭାବେ ମ୍ୟାକ୍‍ମାଷ୍ଟର୍‍ ବିଦାୟ ନେଇଛନ୍ତି । ହ୍ୱାଇଟ୍‍ ହାଉସ୍‍ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଶ୍ରୀ ଟ୍ରମ୍ପ ଏବଂ ମ୍ୟାକ୍‍ମାଷ୍ଟର୍‍ଙ୍କ ମଧ୍ୟରେ ଆପୋଷ ବୁଝାମଣା ପରେ ସେ ଜାତୀୟ ସୁରକ୍ଷା ପରାମର୍ଶଦାତା ପଦରୁ ଇସ୍ତଫା ଦେବେ । ଦୀର୍ଘ ୩୪ ବର୍ଷ ଧରି ଆମେରିକା ସେନାବାହିନୀରେ ସେବା କରିବା ପରେ ସେ ଅବସର ନେବାକୁ ଯାଉଛନ୍ତି ।

Leave A Reply