www.samajalive.in
Wednesday, December 10, 2025
15.1 C
Bhubaneswar

ଈଶାନ୍ତଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଇଶାନ୍ତ ଶର୍ମା ସୋମବାର ୩୧ବର୍ଷ ବୟସରେ ପାଦ ଦେଇଛନ୍ତି। ଈଶାନ୍ତଙ୍କ ଜନ୍ମଦିନ ଅବସରରେ ତାଙ୍କୁ ସାଥି କ୍ରିକେଟରମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ଓ ଏକଦିବସୀୟର ବାମହାତୀ ଓପନର ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ଈଶାନ୍ତଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
ନିଜର ଟ୍ବିଟର ଆକାଉଣ୍ଟରେ ଧାୱନ ଟ୍ବିଟ୍ କରି ଲେଖିଛନ୍ତି, ଈଶାନ୍ତଙ୍କୁ ଜନ୍ମଦିନର ଶୁଭକାମନା। କ୍ୟାରିୟରର ପ୍ରଥମ ଟେଷ୍ଟରେ ଅର୍ଦ୍ଧଶତକ ପାଇଁ ତାଙ୍କୁ ଶୁଭେଚ୍ଛା। ସେହିପରି ଯୁବରାଜ ଟ୍ବିଟ୍ କରି ଲେଖିଛନ୍ତି, ଡେଙ୍ଗୁ ତୁମକୁ ଜନ୍ମଦିନର ଶୁଭେଚ୍ଛା। ଭଗବାନ ତୁମର ମଙ୍ଗଳ କରନ୍ତୁ।

ସୂଚନାଯୋଗ୍ୟ, ଇଶାନ୍ତ ଶର୍ମା ଭାରତ ପକ୍ଷରୁ ୯୧ଟି ଟେଷ୍ଟ, ୮୦ଟି ଏକଦିବସୀୟ ଏବଂ ୧୩୩ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି। ସେ ୯୧ଟି ଟେଷ୍ଟରେ ୨୭୫ଟି ୱିାକେଟ ନେଇଛନ୍ତି। ସେହିପରି ୮୦ଟି ଏକଦିବସୀୟ ମ୍ୟାଚ ଖେଳି ୧୧୫ଟି ୱିକେଟ ଓ ୧୩୩ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳି ୪୩୪ଟି ୱିକେଟ୍ ନେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories