www.samajalive.in
Tuesday, December 9, 2025
15.1 C
Bhubaneswar

ଅକ୍ଷୟଙ୍କୁ ଭେଟିବାକୁ ୯ ଶହ କିମି ଚାଲିଲେ ପ୍ରଶଂସକ

ମୁମ୍ବଇ : ବଲିଉଡ଼ର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାରଙ୍କୁ ଭେଟିବା ପାଇଁ ତାଙ୍କର ଜଣେ ଯୁବ ପ୍ରଶଂସକ ୧୮ ଦିନରେ ୯ ଶହ କିଲୋମିଟର ଚାଲି ଚାଲି ଆସି ମୁମ୍ବଇରେ ପହଞ୍ଚିଛନ୍ତି। ଖିଲାଡ଼ି କୁମାରଙ୍କ ଏହି ପ୍ରଶଂସକଙ୍କ ନାମ ପର୍ବତ। ସେ ଗୁଜରାଟର ଦ୍ୱାରକାରୁ ପାଦରେ ଚାଲି ଚାଲି ଆସିଛନ୍ତି। ନିଜେ ଅକ୍ଷୟ ତାଙ୍କର ଏହି ପ୍ରଶଂସକଙ୍କ ବିଷୟରେ ସୂଚନା ଦେଇଛନ୍ତି। ସେ ପର୍ବତଙ୍କ ସହ ଫଟୋ ଉଠାଇବା ସହ ଭିଡିଓ ଶୁଟ୍ କରି ରବିବାର ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଭିଡିଓରେ ଅକ୍ଷୟ ପର୍ବତଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି। ପର୍ବତ କହିଛନ୍ତି, ସେ ପ୍ରତ୍ୟେକଦିନ ୫୦ କି.ମି. ଚାଲୁଥିଲେ। ସେ ଅକ୍ଷୟଙ୍କ ଭଳି ପ୍ରେରଣା ଦେବାକୁ ଚାହୁଁଥିଲେ ଯେ ସମସ୍ତେ ନିଜକୁ ସୁସ୍ଥ ରଖନ୍ତୁ। ନିୟମିତ ଚାଲିବା ଶରୀର ପାଇଁ ନିହାତି ଆବଶ୍ୟକ। ତେଣୁ ସେ ପାଦରେ ଚାଲି ଚାଲି ମୁମ୍ବଇ ଆସିବାକୁ ନିଷ୍ପତି ନେଇଥିଲେ ବୋଲି ପର୍ବତ କହିଛନ୍ତି। ଏହାପରେ ଅକ୍ଷୟ ତାଙ୍କୁ ପଚାରିଥିଲେ, ଆପଣ କେମିତି ଜାଣିଲେ ଯେ ମୁଁ ରବିବାର ଦେଖାକରି ପାରିବି? ଉତ୍ତରରେ ପର୍ବତ କହିଥିଲେ, ‘ସାର୍ ମୁଁ ଆପଣଙ୍କ ପ୍ରଶଂସକ। ମୋତେ ଆପଣଙ୍କ ବିଷୟରେ ସବୁକିଛି ଜଣାଅଛି। ରବିବାର ହିଁ ଆପଣ ଭେଟିପାରିବେ ବୋଲି ଶନିବାର ରାତିରେ ମଧ୍ୟ ମୁଁ ଚାଲୁଥିଲି। ବର୍ଷାରେ ଭିଜିଗଲି କିନ୍ତୁ ମୋତେ ଆପଣଙ୍କୁ ଭେଟିବାର ଥିଲା’।

ଅକ୍ଷୟ ପର୍ବତଙ୍କ ଏହି ଭଲପାଇବା ପାଇଁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହାସହିତ ଏଭଳି କରନ୍ତୁ ନାହିଁ ଏବଂ ନିଜ ସମୟ, ଶକ୍ତି ଓ ଜୀବନକୁ ଉନ୍ନତ କରିବାକୁ ଚେଷ୍ଟା କରନ୍ତୁ ବୋଲି ଅକ୍ଷୟ ନିବେଦନ କରିଛନ୍ତି।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories