www.samajalive.in
Monday, December 15, 2025
27.1 C
Bhubaneswar

ସୁଧୁରିନି ସ୍ଥିତି, ପ୍ରଶାସନର ଦୃଷ୍ଟି ଆଢୁଆଳରେ ଗ୍ରାମାଞ୍ଚଳ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ହୋଇଥିବା ବନ୍ୟା ସହରକୁ ଯେତିକି କ୍ଷୟକ୍ଷତି କରିଛି ତା ଠୁ ଅଧିକ କ୍ଷତି ଘଟାଇଛି ପୁଇଁନ୍ତଲା ବ୍ଲକ ଅଞ୍ଚଳରେ। ଉକ୍ତ ପଞ୍ଚାୟତରେ ଅନେକ ଗାଁର ସ୍ଥିତି ସ୍ୱାଭାବିକ ହୋଇନାହିଁ। ଭାଙ୍ଗିଡିଥିବା ରାସ୍ତାକୁ ସଜାଡିବା ପାଇଁ ଠୋସ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଉପୁଡି ପଡିଥିବା ବିଦ୍ୟୁତ ଖୁଣ୍ଟର ମଧ୍ୟ ମରାମତି ହୋଇନାହିଁ। ଏଭଳି ସ୍ଥିତିରେ ପ୍ରଶାସନ ଓ ରାଜନେତା ସହର ଉପରେ ସମସ୍ତ ପ୍ରକାର ଫୋକସ କରୁଥିବା ବେଳେ ଏହି ଗାଁ ମାନଙ୍କରେ ଅବସ୍ଥା ଜଟିଳ ହେବାରେ ଲାଗିଥିବା ଅଭିଯୋଗ ହୋଇଛି।

ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁନ୍ତଲା ବ୍ଲକ। ଉକ୍ତ ବ୍ଲକ ଗତ ୧୪ ତାରିଖରେ ହୋଇଥିବା ବନ୍ୟାରେ ବେଶ କ୍ଷତିଗ୍ରସ୍ତ ହୋଇଥିଲା। ପ୍ରାୟତଃ ବଲାଙ୍ଗିର ସହରର ସମସ୍ତ ଜଳ ଏହି ଅଞ୍ଚଳରେ ଥିବା ନାଳ ଦେଇ ପ୍ରବାହିତ ହୋଇଥାଏ। ବଲାଙ୍ଗିରରେ ରେକର୍ଡ ପରିମାଣର ବର୍ଷା, ପୁଇଁନ୍ତଲାରେ ମଧ୍ୟ ସର୍ବାଧିକ ବର୍ଷା ଏହି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା। ବନ୍ୟାପରେ ସ୍ଥାନୀୟ ଅଞ୍ଚଳରେ ଶହ ଶହ ଚାଷଜମିରେ ବାଲି ଚରିଯାଇଥିବା ବେଳେ ଆସନ୍ତା ବର୍ଷେ ଦୁଇ ବର୍ଷ ପର୍ୟ୍ୟନ୍ତ ଉକ୍ତ ଜମିରେ ଧାନ ଚାଷ ହେବ କି ନାହିଁ ସେ ନେଇ ମଧ୍ୟ ଚାଷୀ ମାନେ ସନ୍ଦିହାନ ହୋଇଛନ୍ତି। ବନ୍ୟା ପୂର୍ବରୁ ଯେଉଁ ଜମିରେ ଚାଷ ଆରମ୍ଭ ହୋଇଥିଲା ସେହି ଜମି ବର୍ତ୍ତମାନ ସମୟରେ ନଦୀର ଭ୍ରମ ସୃଷ୍ଟି କରୁଛି। ଅର୍ଥାତ ଜମି ମାନଙ୍କରେ ଗୋଟିଏ ଫୁଟ ପର୍ୟ୍ୟନ୍ତ ବାଲି ଚରିଯାଇଥିବା ଦେଖା ଯାଇଛି । କିଛି ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ରାସ୍ତା ଗିଡିକ ସଂପୂର୍ଣ୍ଣ ଭାବେ ଧୋଇ ହୋଇଯାଇଛି। ବ୍ରିଜ ଗୁଡୀକର ଉଭୟ ପାର୍ଶ୍ବ ଧୋଇ ହୋଇଯାଇଥିବା ବେଳେ ଏପର୍ୟ୍ୟନ୍ତ ଏହି ରାସ୍ତା ଗୁଡିକ ସୁଧାରିବା ପାଇଁ କୈାଣସି ଠୋସ ପଦକ୍ଷେପ ଗ୍ରହଣ ହୋଇନଥିବା ଅଭିଯୋଗ ହୋଇଛି।କେବଳ ଯୋଗାଯୋଗ ସ୍ୱାଭାବିକ କରିବା ପାଇଁ କଟିଯାଇଥିବା ରାସ୍ତା ଉପରେ କ୍ରସର ଗୁଣ୍ଡ ପକାଇ ନିରବ ରହିଛି ପ୍ରଶାସନ। ବନ୍ୟା ପରେ ପ୍ରଶାସନିକ ଅଧିକାରୀ ଓ ନେତା ମନ୍ତ୍ରୀ ମାନେ କେବଳ ବଲାଙ୍ଗୀର ସହର ପରିଦର୍ଶନ କରି ଚାଲିଗଲେ କିନ୍ତୁ କାହାର ନଜର ପୁଇଁତଲା ବ୍ଲକ ଉପରେ ପଡିନଥିବାରୁ ପ୍ରଭାବିତ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଭାବିତ ହୋଇଥିବା ଅଞ୍ଚଳରେ ପ୍ରଶାସନ ପକ୍ଷରୁ ପୁନରୁଦ୍ଧାର କାମ ଓ ଥଇଥାନ କୁ ନେଇ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବା ପାଇଁ ଦାବି ହୋଇଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories