www.samajalive.in
Friday, December 12, 2025
17.1 C
Bhubaneswar

ପିପିଲିରେ ବିଦ୍ୟୁତ୍ ବିଲ୍ ଆଦାୟ କରିବେ ମହିଳା

ପିପିଲି :ପିପିଲି ଅଞ୍ଚଳରେ ଏଣିକି ମହିଳାମାନେ ବିଦ୍ୟୁତ୍ ବିଲ୍ ଆଦାୟ କରିବେ। ଏଥି ସହ ସେମାନେ ମିଟର ରିଡିଂ ନେବା ସହ ବିଲିଂ ମଧ୍ୟ କରିବେ। ନିଜ ନିଜ ଅଞ୍ଚଳର ବିଦ୍ୟୁତ୍ ଚୋରିକୁ ରୋକିବା ଦିଗରେ ମହିଳାମାନେ ସକ୍ରୀୟ ସହଯୋଗ କରିବା ସହ ବେଆଇନ୍ ଭାବେ ବିଦ୍ୟୁତ୍ ବ୍ୟବହାରକାରୀଙ୍କୁ ସଚେତନ କରାଇ ସେମାନଙ୍କୁ ନିୟମିତ ବିଦ୍ୟୁତ୍ ଗ୍ରାହକ କରିବା ଦିଗରେ ସହଯୋଗ କରିବେ।

ବିଦ୍ୟୁତ୍ ବିଲ୍ ବଣ୍ଟନ ଓ ଆଦାୟ କ୍ଷେତ୍ରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସହଯୋଗ ଓ ଭୂମିକା ସଂପର୍କିତ ଏକ ବୈଠକ ଶନିବାର ପିପିଲି ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ପିପିଲି ଆଇଆଇସି ଶରତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପିପିଲି ବିଦ୍ୟୁତ୍ ଉପଖଣ୍ଡ ଏସ୍ଡିଓ ଇଂ. ଦୁର୍ଗାପ୍ରସାଦ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବୈଠକର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ। ସେସୁ ନିମାପଡା ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ. ପ୍ରତ୍ୟୁଷ କୁମାର ମିଶ୍ର, ନୟାଗଡ ଏସ୍ଡିଓ ଇଂ. ଦୀପକ କୁମାର ଦାଶ, ଇଂ. ବିସ୍ମୟ ରଞ୍ଜନ ଦାଶ, ଇଂ. ସନ୍ଧ୍ୟାରାଣୀ ବେହେରା, ଇଂ. ଭବାନୀ ଶଙ୍କର ପାଣିଗ୍ରାହୀ ପ୍ରମୁଖ ଉକ୍ତ ଯୋଜନାର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋକପାତ କରିଥିଲେ। ଆଗାମୀ ଦିନରେ ପିପିଲିରେ ମିଟର ରିଡିଂ, ବିଲିଂ ଏବଂ ବିଲ୍ ଆଦାୟ କ୍ଷେତ୍ରରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ନିଶ୍ଚିତ ସହଯୋଗ ରହିବ ବୋଲି ଜୟଗୋପାଳ ମହିଳା ସଂଗଠନର ସଂପାଦିକା ଝୁନାମଣୀ ମଲ୍ଲିକ ପ୍ରକାଶ କରିବା ସହ ଏହା ମହିଳାଗୋଷ୍ଠୀଙ୍କ ଭବିଷ୍ୟତ କାର୍ୟ୍ୟପନ୍ଥା ନିର୍ଦ୍ଧାରଣ କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ବେଶ୍ ସହାୟକ ହେବ ବୋଲି ଆଶାପ୍ରକାଶ କରିଥିଲେ।

- Advertisement -

 

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories