www.samajalive.in
Thursday, December 11, 2025
14.1 C
Bhubaneswar

୧୩୦ କୋଟି ଭାରତୀୟଙ୍କ ପ୍ରତି ମୋଦୀ ଉତ୍ସର୍ଗ କଲେ ‘ଅର୍ଡର ଅଫ୍‍ ଜୟେଦ୍‍’

ଆବୁଧାବି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସଂଯୁକ୍ତ ଆରବ ଏମିରେଟ୍‍ସ(ୟୁଏଇ)ର ସର୍ବୋଚ୍ଚ ନାଗରିକ ସମ୍ମାନ ’ଅର୍ଡର ଅଫ୍‍ ଜୟେଦ୍‍’ରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରିଛନ୍ତି, ଏହି ସମ୍ମାନ ୧୩୦ କୋଟି ଭାରତୀୟ ଓ ଭାରତର ସାଂସ୍କୃତିକ ବୈଭବ ପ୍ରତି ଉତ୍ସର୍ଗ କରିଛନ୍ତି। ସେ ୟୁଏଇକୁ ଏଥି ପାଇଁ କୃତଜ୍ଞତା ଜଣେଇଛନ୍ତି।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ନଗଦ ବିହୀନ କାରବାର ପାଇଁ ରୂପେ କାର୍ଡ଼ର ପ୍ରଚଳନ ଶୁଭାରମ୍ଭ କରିଛନ୍ତି। ମୋଦୀ ସେଠାରେ ରୂପେ କାର୍ଡ ବ୍ୟବହାର କରି ଭାରତୀୟ ମିଠା କିଣିଥିଲେ। ଆସନ୍ତାକାଲି ଅର୍ଥାତ ରବିବାର ପ୍ରଧାନମନ୍ତ୍ରୀ ବାହାରିନ ସ୍ଥିତ ଶ୍ରୀନାଥଜୀ ମନ୍ଦିର ପରିଦର୍ଶନ କରି ଏହି ମିଠା ଭୋଗ କରିବେ। ଅନ୍ୟ ଏକ କାର୍ଯ୍ୟକ୍ରମରେ ମୋଦୀ ଓ ରାଜା ଶେଖ୍‍ ମହମ୍ମଦ ବିନ୍‍ ଜୟେଦ୍‍ ଅଲ୍‍ ନହ୍ୟାନ୍‍ ମିଳିତ ଭାବେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ସ୍ମରଣୀୟ ଡାକ ଟିକଟ ଉନ୍ମୋଚନ କରିଥିଲେ।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories