www.samajalive.in
Tuesday, December 9, 2025
19.1 C
Bhubaneswar

‘ଜଟିଳ ପ୍ରସଙ୍ଗର ସରଳ ସମାଧାନ ସୂତ୍ର ବତାଉଥିଲେ ଜେଟଲୀ’

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଥିଲେ ଶାନ୍ତ ଏବଂ ସରଳ ସ୍ବଭାବର। ତାଙ୍କର ବିଚକ୍ଷଣ ବୁଦ୍ଧି ପାଇଁ ସେ ଦଳର ସବୁଠାରୁ ପ୍ରଥମ ପସନ୍ଦ ଥିଲେ। କେବଳ ଏତିକି ନୁହେଁ, କୌଣସି ସମୟରେ ଯଦି ଜଟିଳ ପ୍ରସଙ୍ଗ ଛିଡ଼ା ହୁଏ ତା’ହେଲେ ଜେଟଲୀଙ୍କୁ ଖୋଜାପଡ଼େ। ତାହାର ସମାଧାନ ପାଇଁ ଦଳ ତାଙ୍କ ଉପରେ ନିର୍ଭର କରେ। ସେ ବି ନିରାଶ କରନ୍ତି ନାହିଁ। ସବୁ ଜଟିଳ ପ୍ରସଙ୍ଗର ସରଳ ସମାଧାନ ସୂତ୍ର ସେ ବାହାର କରନ୍ତି। ବିଜେପରି ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଜେଟଲୀଙ୍କ ନିଧନ ପରେ ଦୁଃଖ ପ୍ରକାଶ କରିବା ସହିତ ଏମିତି କିଛି କଥା କହିଛନ୍ତି। ସେ ନିଜର ଆଉ ଜଣେ ନିକଟତର ଏବଂ ଘନିଷ୍ଠ ସହଯୋଗୀଙ୍କୁ ହରାଇଲେ ବୋଲି ଆଡଭାନୀ କହିଛନ୍ତି।

ଆଡଭାନୀ କହିଛନ୍ତି, ଦଶନ୍ଧି ଧରି ଜେଟଲୀ ଜଣେ ସମର୍ପିତ କାର୍ଯ୍ୟକର୍ତ୍ତା ରହିଆସିଥିଲେ। ଯେତେବେଳେ ମୁଁ ଦଳର ଅଧ୍ୟକ୍ଷ ଥିଲି, ସେତେବେଳେ ସେ ବହୁତ ଜଳଦି ଦଳର ପ୍ରମୁଖ ନେତାମାନଙ୍କ ମଧ୍ୟରୁ ଜଣେ ହୋଇଗଲେ। ଜେଟଲୀଙ୍କୁ ତାଙ୍କର ଦ୍ରୁତ, ବିଶ୍ଳେଷଣାତ୍ମକ ବୁଦ୍ଧି ପାଇଁ ଜଣାଯାଉଥିଲା ଏବଂ ତାଙ୍କର ସମ୍ମାନ କରାଯାଉଥିଲା। ବିଜେପିର ସବୁ ନେତା ଜଟିଳ ପ୍ରସଙ୍ଗର ସମାଧାନ କରିବା ଲାଗି ଜେଟଲୀଙ୍କ ଉପରେ ନିର୍ଭର କରୁଥିଲେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories