www.samajalive.in
Monday, December 15, 2025
16.1 C
Bhubaneswar

୧୪ ମାସ କଂଗ୍ରେସର ଗୋଲାମ ଭଳି କାମ କରିଛି : କୁମାରସ୍ୱାମୀ

ବେଙ୍ଗାଲୁରୁ : ମେଣ୍ଟ ସରକାର ଭାଙ୍ଗିବା ପରେ ଜନତା ଦଳ ସିକ୍ୟୁଲାର (ଜେଡିଏସ) ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ସହଯୋଗୀ କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ପାଇଁ ମୁଁ ୧୪ ମାସ ଗୋଲାମ ଭଳି କାର୍ଯ୍ୟ କରିଛି। କିନ୍ତୁ ତାଙ୍କ କାର୍ଯ୍ୟକୁ କେହି ପ୍ରଶଂସା କଲେନାହିଁ।

ପ୍ରକାଶ ଯେ ଚଳିତ ବର୍ଷ ଜୁଲାଇରେ କଂଗ୍ରେସ ଏବଂ ଜେଡିଏସର ୧୬ ବିଧାୟକ ବିଦ୍ରୋହ କରିଥିଲେ। ଫଳରେ ଜୁଲାଇ ୨୩ରେ କର୍ଣ୍ଣାଟକ ବିଧାନସଭାରେ କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ଆସ୍ଥା ଭୋଟରେ ହାରିଯାଇଥିଲେ ଓ ତାଙ୍କ ସରକାର ଭାଙ୍ଗିଯାଇଥିଲା। ଏହାପରେ କର୍ଣ୍ଣାଟକରେ ବିଜେପି ବିଧାୟକ ଦଳର ନେତା ବିଏସ ୟେଦୁରପ୍ପା ସରକାର ଗଠନ କରିବା ସହ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇଛନ୍ତି।

- Advertisement -

ଏହାକୁ ନେଇ କୁମାରସ୍ୱାମୀ ମଙ୍ଗଳବାର ମୁହଁ ଖୋଲିଛନ୍ତି। କୁମାରସ୍ୱାମୀ କହିଛନ୍ତି ଯେ ୧୪ ମାସ ପର୍ଯ୍ୟନ୍ତ କଂଗ୍ରେସ ପାଇଁ ଗୋଲାମ ଭଳି କାମ କଲି। ହେଲେ ଏବେ ସରକାର ଭାଙ୍ଗିବାର ଦୋଷ ମୋ ଉପରେ ଲଦା ଯାଉଛି। ବିଧାନସଭା ନିର୍ବାଚନରେ କୌଣସି ବି ଦଳକୁ ଏକକ ସଂଖ୍ୟାଗରିଷ୍ଠତା ମିଳିନଥିଲା। କଂଗ୍ରେସର ଶୀର୍ଷ ନେତୃତ୍ୱ ଜେଡିଏସ ସହ ମେଣ୍ଟ ସରକାର ଗଠନ କରିବାକୁ ଚାହୁଁଥିଲେ। ମାତ୍ର କଂଗ୍ରେସର କେତେକ ସ୍ଥାନୀୟ ନେତା ଏବଂ ବିଧାୟକ ମେଣ୍ଟ ସରକାର ଗଠନ ସପକ୍ଷରେ ନଥିଲେ। ଏହା ପରେ ବି କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ଗଠନ ହେଲା। ତାଙ୍କ ସରକାର ବିକାଶ ପାଇଁ କଂଗ୍ରେସ ବିଧାୟଙ୍କ ବିଧାନସଭା ଅଞ୍ଚଳକୁ ଜେଡିଏସ ବିଧାୟକଙ୍କ ବିଧାନସଭା ଅଞ୍ଚଳ ତୁଳନାରେ ଅଧିକ ଅନୁଦାନ ପ୍ରଦାନ କଲା। ପୂର୍ବ ଅନୁମତି ବିନା କଂଗ୍ରେସର ବିଧାୟକମାନେ ତାଙ୍କୁ ଭେଟିବାକୁ ଆସୁଥିଲେ ଓ ସେ ତାଙ୍କୁ ଭେଟୁଥିଲେ। କଂଗ୍ରେସ ବିଧାୟକଙ୍କ ବିଧାନସଭା ଅଞ୍ଚଳର ବିକାଶ ପାଇଁ ୧୪ ମାସରେ ୧୯,୦୦୦ କୋଟିରୁ ଅଧିକ ଟଙ୍କା ଅନୁଦାନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏବେ ତାଙ୍କ ଦଳ କଂଗ୍ରେସ ସହ ମେଣ୍ଟ କରିବାକୁ ଆଗ୍ରହୀ ନାହିଁ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories