www.samajalive.in
Tuesday, December 9, 2025
16.1 C
Bhubaneswar

ଝାଡ଼ଖଣ୍ଡ: ଚୋରକୁ ପିଟି ପିଟି ହତ୍ୟା

ରାଞ୍ଚି : ଝାଡ଼ଖଣ୍ଡରେ ଏକ ଭିଡି ହତ୍ୟା ଘଟଣା ସାମ୍ନାକୁ ଆସିଛି। ରାଜ୍ୟର ଦୁମକା ଜିଲାର ଚିହ୍ନୁଟିଆ ଗ୍ରାମରେ ଗୁରୁବାର ଦିନ ଲୋକମାନେ ଜଣେ ଚୋରକୁ ପିଟି ପିଟି ମାରି ଦେଇଛନ୍ତି।

ଦୁମକା ଏସ୍‍ପିଙ୍କ କହିବା ଅନୁସାରେ ୪ ଜଣ ଲୋକ ଚିହ୍ନୁଟିଆ ଗ୍ରାମରେ ଚୋରି କରୁଥିବା ସମୟରେ ଧରାପଡିଯାଇଥିଲେ। ତେବେ ୩ ଜଣ ଠେଲାପେଲା କରି ଖସି ପଳାଇବାରେ ସଫଳ ହୋଇଥିଲାବେଳେ ଜଣକୁ ଲୋକେ ପିଟି ପିଟି ହତ୍ୟା କରିଛନ୍ତି। ମୃତକ ଜଣେ ମୋଷ୍ଟ ୱାଣ୍ଟେଡ ଅପରାଧୀ ଥିଲା। ଏନେଇ ଏକ ମାମଲା ରୁଜୁ କରାଯାଇଛି ଓ ଗ୍ରାମର ୪ ଜଣଙ୍କୁ ଗିରଫ କରି ପଚରାଉଚୁରା କରାଯାଉଛି ବୋଲି ପୁଲିସ୍‍ ସୂଚନା ଦେଇଛି।
ଗୁରୁବାର ଭୋର ସମୟରେ ୪ ଜଣ ଯାକଁ ଚୋର ଚିହ୍ନୁଟିଆ ଗ୍ରାମର ଆନନ୍ଦ ଲାଲ ମାରାଣ୍ଡିଙ୍କ ଘରେ ସିନ୍ଧି କରି ଗୋଟିଏ ବାକ୍ସ ଓ ଅନ୍ୟ କେତେକ ସାମଗ୍ରୀ ଚୋରି କରିଥିଲେ। ଗ୍ରାମରୁ ବାହରୁଥିବା ବେଳେ ସେମାନେ ଲୋକଙ୍କ ହାତରେ ଧରାପଡିଥିଲେ। ତେବେ ମୃତ ଚୋରର ନାମ ଭୋଲା ହାଜରା ଓ ତାର ଘର ତାଳଝରୀ ଥାନା ଅଧୀନ ଲୋହାରିଆ ଗ୍ରାମରେ ବୋଲି ଜଣାପଡିଛି। ଭୋଲା ପୂର୍ବରୁ ଅପରାଧ ମାମଲାରେ ଜେଲ ଯାଇଥିଲା। ତା ବିରୋଧରେ ଦୁମକା, ଦେବଘର, ସାରୱା ଥାନାରେ ଅନେକ ମାମଲା ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories