www.samajalive.in
Monday, December 8, 2025
16.1 C
Bhubaneswar

ଦିଲ୍ଲୀବାସୀଙ୍କୁ କେଜରିୱାଲଙ୍କ ଉପହାର, ୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍‍ ବିଲ ଛାଡ଼

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି। କେଜରିୱାଲ ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀରେ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍‍ ବିଲ ଛାଡ଼ ଏବଂ ୨୦୦ରୁ ୪୦୦ ୟୁନିଟ ବିଦ୍ୟୁତ୍‍ ବିଲରେ ୫୦% ରିଆତି ଘୋଷଣା କରିଛନ୍ତି।
କେଜରିୱାଲ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଜାତୀୟ ରାଜଧାନୀ ଦିଲ୍ଲୀରେ ବିଦ୍ୟୁତ୍‍କୁ ନେଇ ୪ଟି ସମସ୍ୟା ଥିଲା। ଦିଲ୍ଲୀରେ ବିଦ୍ୟୁତ୍‍ ବିଲ ବହୁତ ଅଧିକ ଆସୁଥିଲାବେଳେ ବିଦ୍ୟୁତ୍‍ କମ୍ପାନୀର ଅବସ୍ଥା ଶୋଚନୀୟ ଥିଲା। ସେହିପରି ଭିତ୍ତିଭୂମି ନଷ୍ଟ ହୋଇଯାଇଥିଲା ଗତ ୪ ବର୍ଷ ମଧ୍ୟରେ ଏଥିରେ ସୁଧାର ଆସିଛି। ଆମ ଆଦମୀ ପାର୍ଟି (ଆପ) ସରକାରର ସଠିକ ଉଦ୍ଦେଶ୍ୟ ଓ ଇଚ୍ଛାଶକ୍ତିରୁ ବିଦ୍ୟୁତ୍‍ ବିଲରେ ବହୁ ହ୍ରାସ ପରିଲକ୍ଷିତ ହୋଇଛି। ସବୁ ରାଜ୍ୟରେ ବିଦ୍ୟୁତ୍‍ ବିଲ ଦର ବଢୁଥିଲାବେଳେ ଦିଲ୍ଲୀରେ ବଢିନାହିଁ। ଏହା ଚମତ୍କାରଠାରୁ କମ ନୁହେଁ। ଦିଲ୍ଲୀରେ ବିଦ୍ୟୁତ ସମ୍ପର୍କିତ ଭିତ୍ତିଭୂମିରେ ବିକାଶ ଘଟିଛି।
କେଜରିୱାଲଙ୍କ ଘୋଷଣା ଅନୁରୂପ ଦିଲ୍ଲୀ ବିଦ୍ୟୁତ୍‍ ବିନିୟାମକ ଆୟୋଗ (ଡିଡିଆରସି) ବୁଧବାର ଘରୋଇ ଉପଭୋକ୍ତାଙ୍କ ବିଦ୍ୟୁତ୍‍ ବିଲରେ ଧାର୍ଯ୍ୟ ଦେୟ (ଫିକ୍ସ ଚାର୍ଜ)ରେ ହ୍ରାସର ଘୋଷଣା କରିଛି। ଏହା ଦ୍ୱାରା ସିଧାସଳଖ ଭାବେ ୪୯ ଲକ୍ଷ ଉପଭୋକ୍ତା ଲାଭାନ୍ୱିତ ହେବେ। ବିଦ୍ୟୁତ୍‍ ବିଲ ଧାର୍ଯ୍ୟ ଦେୟରେ ହ୍ରାସ ନେଇ ଡିଡିଆରସିର ନିଷ୍ପତ୍ତିକୁ ଦିଲ୍ଲୀର ବିଭିନ୍ନ ଆରଡବ୍ଲ୍ୟୁଏ ସ୍ୱାଗତ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories