www.samajalive.in
Sunday, December 7, 2025
26.1 C
Bhubaneswar

ସାମ୍ବାଦିକଙ୍କୁ ପିଟିଲେ ରାଧେ ମା’ ଓ ସମର୍ଥକ

ନୂଆଦିଲ୍ଲୀ : ଆତ୍ମଘୋଷିତ ଦେବୀ ରାଧେ ମା’ ପୁଣି ଥରେ ଏକ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ରାଧେ ମା’ ଓ ତାଙ୍କ ସମର୍ଥକ ଜଣେ ଟିଭି ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ନେଇ ପାନିପଥ ଅନ୍ତର୍ଗତ ବଲଜିତ ନଗର ଥାନାରେ ଅଭିଯୋଗ ହୋଇଛି। ସାମ୍ବାଦିକଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।
ସାମ୍ବାଦିକ ଜିତେନ୍ଦ୍ର ଶର୍ମାଙ୍କ ଅଭିଯୋଗ ଅନୁସାରେ ଆମନ୍ତ୍ରଣ କ୍ରମେ ସେ ଖବର ସଂଗ୍ରହ ପାଇଁ ରାଧେ ମା’ଙ୍କ ଏକ କାର୍ଯ୍ୟକ୍ରମକୁ ଯାଇଥିଲେ। ଏହି କାର୍ଯ୍ୟକ୍ରମରେ ସେ ରାଧେ ମା’ଙ୍କୁ କିଛି ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନକୁ ଶୁଣି ରାଧେ ମା’ ଉତକ୍ଷିପ୍ତ ହୋଇଉଠିଥିଲେ। ଏହାପରେ ରାଧେ ମା’ ଓ ତାଙ୍କ ସମର୍ଥକ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ଓ ତାଙ୍କ କ୍ୟାମେରା ଭାଙ୍ଗିଦେଇଥିଲେ। ଏପରିକି ତାଙ୍କୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ। ପୁଲିସ୍‍ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। ବଲଜିତ ନଗର ଥାନା ପୁଲିସ ଏନେଇ ରାଧେ ମା’ ଓ ତାଙ୍କ ୧୫ ସମର୍ଥକଙ୍କ ବିରୋଧରେ ମାମଲା ରୁଜୁ କରିଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories