www.samajalive.in
Sunday, December 7, 2025
16.1 C
Bhubaneswar

କମଳନାଥଙ୍କ ଭଣଜା ରତୁଲ ପୁରୀଙ୍କ ୨୫୪ କୋଟି ଟଙ୍କାର ବେନାମୀ ସେୟାର ଜବତ

ନୂଆଦିଲ୍ଲୀ : ଅଗଷ୍ଟା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଭଣଜା ରତୁଲ ପୁରୀଙ୍କ ଅଡୁଆ ବଢିବାରେ ଲାଗିଛି। ଆୟକର ବିଭାଗ ସୋମବାର ରତୁଲ ପୁରୀଙ୍କ ୨୫୪ କୋଟି ଟଙ୍କାର ବେନାମୀ ସେୟାରକୁ ଜବତ କରିଛି।
ସୂଚନା ଅନୁସାରେ ଆୟକର ବିଭାଗ ଦିଲ୍ଲୀରେ ରତୁଲ ପୁରୀଙ୍କ କମ୍ପାନୀ ଗ୍ରୁପ ସହ ସମ୍ପର୍କିତ ନନକୁମୁଲେଟିଭ କମ୍ପଲସରୀ କନଭର୍ଟବେଲ ପ୍ରିଫରାନ୍ସ ସେୟାର (ସିସିପିଏସ)କୁ ଜବତ କରିଛି। ଏହି ସେୟାରର ମୂଲ୍ୟ ୨୫୪ କୋଟି ଟଙ୍କା। ଅପ୍ଟିମା ଇନଫ୍ରା ପ୍ରାଇଭେଟ ଲିମିଟେଡ ଏଫଡିଆଇ ନିବେଶ ଭାବେ ଏହି ସିସିପିଏସ ପ୍ରାପ୍ତ କରିଥିଲା। କୁହାଯାଉଛି ଯେ ରତୁଲ ପୁରୀ ଏଚଇପିସିଏଲ ନାମକ କମ୍ପାନୀ ନାମରେ ସୌର୍ଯ୍ୟ ପ୍ୟାନେଲ ଆମଦାନୀ କରିବାକୁ ଅଧିକ ଚାଲାଣ କରିଥିଲେ ଓ ଏହା ଜରିଆରେ ୨୫୪ କୋଟି ଟଙ୍କା ଆୟ କରିଥିଲେ।

ପ୍ରକାଶ ଯେ ଅଗଷ୍ଟା ୱେଷ୍ଟଲାଣ୍ଡ ଦୁର୍ନୀତି ମାମଲାରେ ଜୁଲାଇ ୨୭ରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ରତୁଲ ପୁରୀଙ୍କୁ ଜେରା କରିଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories