ହିମାଳଚ ପ୍ରଦେଶରେ ଭୂମିକମ୍ପ ଝଟକା ଅନୁଭୂତ
କୁଲୁ : ହିମାଚଳପ୍ରଦେଶର ଲାହୁଲ ସ୍ପିତି ଜିଲା ଓ ଏହାର ଆଖପାଖ ଅଞ୍ଚଳରେ ସୋମବାର ସକାଳେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ରିଅକ୍ଟର ସ୍କେଲରେ ୪.୩ ରେକର୍ଡ କରାଯାଇଛି। ସୋମବାର ସକାଳ ୯ଟା ୦୩ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଥିରେ କାହାର ମୃତାହତ ହେବଂ କ୍ଷୟକ୍ଷତିର ଖବର ମିଳିନାହିଁ। ବାରମ୍ବାର ଭୂମିକମ୍ପ ଝଟକା ଅନୁଭୂତ ହେଉଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଭୂମିକମ୍ପର କେନ୍ଦ୍ରସ୍ଥଳ ଦ୍ରାଘିମାର ୩୨.୮ ଡିଗ୍ରୀ ଦକ୍ଷିଣ ଏବଂ ଅକ୍ଷାଂଶର ୭୬.୪ ଡିଗ୍ରୀ ପୂର୍ବୋତ୍ତରରେ ଲାହୁଲ ସ୍ପିତି ଜିଲା ସୀମାବର୍ତ୍ତୀ ଅଞ୍ଚଳରେ ଭୂଗର୍ଭର ୨୦ କିଲୋମିଟର ତଳେ ଥିଲା। ଏହା ପୂର୍ବରୁ ଜୁଲାଇ ୨୫ରେ ହିମାଚଳପ୍ରଦେଶର ଚମ୍ବା ଜିଲାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା।
Comments are closed.