କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରିୟଙ୍କା ଗାନ୍ଧୀ ପ୍ରଥମ ପସନ୍ଦ : ଅମରିନ୍ଦର ସିଂହ
ନୂଆଦିଲ୍ଲୀ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ସୋମବାର କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ତାଙ୍କର ପ୍ରଥମ ପସନ୍ଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୋଲି କହିଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ କୌଣସି ଯୁବନେତାଙ୍କୁ ଚୟନ କରିବାକୁ ଅମରିନ୍ଦର କହିଆସୁଛନ୍ତି। ଏହି କ୍ରମରେ ସେ ସୋମବାର କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉପଯୁକ୍ତ ଏବଂ ଯୋଗ୍ୟ। ପ୍ରିୟଙ୍କା କଂଗ୍ରେସ ଅଧ୍ୟକ୍ଷ ହେଲେ ତାଙ୍କୁ ସବୁ ପକ୍ଷରୁ ପୂର୍ଣ୍ଣ ସମର୍ଥନ ମିଳିବ। କଂଗ୍ରେସ ଦଳର ଭାର ନେବା ପାଇଁ ପ୍ରିୟଙ୍କା ଗାନ୍ଧୀ ସଠିକ ପସନ୍ଦ ହେବେ। ତେବେ ଏହା ସମ୍ପୂର୍ଣ୍ଣ ରୂପେ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ଉପରେ ନିର୍ଭର କରୁଛି ଓ ସିଡବ୍ଲ୍ୟୁସି ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ଏହାସହ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ଛାଡ଼ିଥିବାରୁ ସେ ଦୁଃଖ ବ୍ୟକ୍ତ କରିଥିଲେ। କଂଗ୍ରେସ ନେତା ଶଶୀଥରୁର ପ୍ରିୟଙ୍କାଙ୍କୁ ଏହି ପଦ ପାଇଁ ଉପଯୁକ୍ତ ବୋଲି କହିବାର ପ୍ରଶ୍ନରେ ଅମରିନ୍ଦର ଉପରୋକ୍ତ ଉତ୍ତର ପ୍ରଦାନ କରିଛନ୍ତି।
Comments are closed.