ଶ୍ରାବଣମାସର ୨ୟ ସୋମବାର; ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ୭୦ହଜାର କାଉଡିଆ
ଆରଡି : ପବିତ୍ର ଶ୍ରାବଣମାସର ଦ୍ୱତୀୟ ସୋମବାରରେ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ୭୦ହଜାରରୁ ଉର୍ଦ୍ଧ କାଉଡିଆ ଭକ୍ତଙ୍କ ପୀଠରେ ସମାଗମ ହୋଇଥିଲା। ହଜାର-ହଜାର କାଉଡିଆ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ରବିବାର ଅପରାହ୍ଣ ୪ଟାରୁ ଜଳଲାଗି ଆରମ୍ଭ କରାଯାଇଥିଲା। ଏପରିକି କାଉଡିଆମାନେ ସ୍ୱତନ୍ତ୍ର ବ୍ୟାରିକେଡ ମଧ୍ୟରେ ମନ୍ଦିରକୁ ଯାଇ ଜଳଲାଗି କରିବା ସହ ମଣିବାବାଙ୍କୁ ଦର୍ଶନ କରିଥିଲେ। ହେଲେ ହଜାର-ହଜାର କାଉଡିଆ ଭକ୍ତଙ୍କ ପୀଠରେ ସମାଗମ ହୋଇଥିବା ବେଳେ ସୁରକ୍ଷା ନିୟନ୍ତ୍ରଣ ନିମନ୍ତେ ଆବଶ୍ୟକତା ଠାରୁ କମ ସୁରକ୍ଷା ବାହୀନି ଥିବାରୁ ରବିବାର ବିଳମ୍ବିତ ରାତି ଠାରୁ ପରିସ୍ଥିତି ଅଣୟାତ ହୋଇ ପଡିଥିଲା। ଏପରିକି କାଉଡିଆମାନଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଯାଇଥିବା ବେଳେ କେତେକ କାଉଡିଆ ବ୍ୟାରିକେଡ ମଧ୍ୟରେ ଅବାଧ ପ୍ରବେଶ ଯୋଗୁ ବ୍ୟାରିକେଡ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିଲା। ବ୍ୟାରିକେଡ ଭାଙ୍ଗିଯିବା ଫଳରେ କାଉଡିଆମାନେ ଦୈାଡିବା ଫଳରେ ଶତାଧିକ ପୁରୁଷ ଓ ମହିଳା କାଉଡିଆ ବ୍ୟାରିକେଡ ମଧ୍ୟରେ ଚାପି ରହିଯାଇଥିଲେ। ଉପସ୍ଥିତ ଥିବା ପୁଲିସ ଓ ସ୍ଥାନୀୟ ସେବାୟତଙ୍କ ଉଦ୍ୟେମକ୍ରମେ ସେମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨୦ରୁ ଉର୍ଦ୍ଧ କାଉଡିଆ ଆହାତ ହୋଇଥିବା ବେଳେ ୨ଜଣ କାଉଡିଆ ଗୁରୁତର ହୋଇଥିଲେ। ଆହତମାନଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ଡ଼ାକ୍ତରଖାନାକୁ ପଠାଯାଇଥିଲା। ଏପରି ଘଟଣାକୁ ଆୟତ କରିବା ପାଇଁ ପୀଠରେ ଉପସ୍ଥିତ ଥିବା ଚାନ୍ଦବାଲି ତହସିଲଦାର ସତ୍ୟଜିତ ରାଉତ, ଅତିରିକ୍ତ ତହସିଲିଦାର, ସ୍ଥାନୀୟ ଫାଣ୍ଡି ଅଧିକାରୀ ବ୍ରଜକିଶୋର ଦାସ, ଧୁଷୁରୀ ଥାନାଅଧିକାରୀ ପ୍ରଫୁଲ କୁମାର ସିଂ, ଆରଡି ରାଜସ୍ୱ ନିରିକ୍ଷକ ଅଧିକାରୀ ଦେବାଷିଶ ରାୟ ପ୍ରମୁଖ ଚେଷ୍ଟା କରିଥିଲେ ମଧ୍ୟ ଦୀର୍ଘ ସମୟ ଧରି ଏପରି କାଉଡିମାନଙ୍କ ମଧ୍ୟରେ ଠେଲାପେଲା ଲାଗି ରହିବା ଦ୍ୱାରା ଅଧିକାରୀମାନଙ୍କୁ ନାକେଦମ ହେବାକୁ ପଡିଥିଲା ୁ। କିଛି ସମୟ ପରେ ସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ପୁର୍ନବାର ସୋମବାର ସକାଳେ ପୁଣି କିଏ ଆଗେ ଜଳ ଲାଗି କରିବ ସେଥିପାଇଁ କାଉଡିଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଯାଇଥିଲା। ପୀଠର ସଂକିର୍ନତା ଓ ପ୍ରଶାସନର ଅପ୍ରସ୍ତୁତି ଯୋଗୁ ଏପରି ଘଟଣା ପ୍ରତିବର୍ଷ ଘଟୁଥିବା ମନ୍ଦିରର ବରିଷ୍ଠ ସେବାୟତମାନେ ପ୍ରକାଶ କରିଛନ୍ତି। ଏପଟେ ପୀଠରେ ୭୦ହଜାରରରୁ ଉର୍ଦ୍ଧ କାଉଡିଆମାନଙ୍କର ସମାଗମ ହୋଇଥିଲେ ମଧ୍ୟ ମନ୍ଦିର ଟ୍ରଷ୍ଟ ପକ୍ଷରୁ ୨୫ହଜାର କାଉଡିଆ ଜଳ ଲାଗି କରିଥିବା ସୂଚନା ଦିଆଯାଇଛି। ତାହାସହ ସୋମବାର ଦନ୍ଧ୍ୟ।। ପର୍ଯ୍ୟନ୍ତ କାଉଡିଆମାନେ ମଣିବାବାଙ୍କ ନିକଟରେ ଜଳଲାଗି କରିଥିଲେ। ସେପଟେ ପୀଠରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନଥିବାରୁ ଛୋଟବଡ ଦୂର୍ଘଟଣାରେ ସମ୍ମୁଖିନ ହୋଇ ଆସିଥିବା ରୋଗୀମାନେ ନିରାସ ହେବା ସହ ୨ଗୁଣିତ ଖର୍ଚ୍ଚାନ୍ତ ହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଯାଉଥିବାର ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳ ସମେତ ଆଗନ୍ତୁକ ଭକ୍ତଙ୍କ ମହଲରେ ତିବ୍ର ଅସନ୍ତୋଷ ଦେଖା ଦେଇଥିଲା। ଶ୍ରାବଣୀ ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ପାଳନ ନିମନ୍ତେ ଯାତ୍ରାର ୧ମାସ ଆଗରୁ ପ୍ରଶାସନ ପ୍ରସ୍ତୁତି କରିଥିଲେ ମଧ୍ୟ କେତେକ ଅପ୍ରସ୍ତୁତି ଯୋଗୁ ନାନା ସମସ୍ୟାରେ କାଉଡିଆମାନେ ସମ୍ମୁଖିନ ହେଉଥିବା ରାଜ୍ୟ ଭକ୍ତ ମହାସଂଘ ପ୍ରକାଶ କରିଛି। ଚଳିତ ସୋମବାରର ଅବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଗାମୀ ସୋମବାରରେ ଯେପରି କାଉଡିଆମାନେ କୌଣସି ଅସୁବିଧାରେ ସମ୍ମୁଖିନ ନହେବେ ସେଥିପାଇଁ ସମସ୍ତ ପ୍ରସ୍ତୁତି ଠିକ ଭାବେ କରିବା ପାଇଁ ସାଧାରଣରେ ଦାବି ହୋଇଛି।
Comments are closed.