ଭିଡ଼ ହିଂସା ନାମରେ ହିନ୍ଦୁ ଧର୍ମକୁ ବଦନାମ କରାଯାଉଛି : ମୋହନ ଭାଗବତ

ନୂଆଦିଲ୍ଲୀ : ଦେଶରେ ଏବେ ଭିଡ ହଂସା ନାମରେ ହିନ୍ଦୁ ଧର୍ମକୁ ବଦନାମ କରାଯାଉଛି ବୋଲି ରବିବାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ କହିଛନ୍ତି। ବୃନ୍ଦାବନର ବାତ୍ସଲ୍ୟ ଗ୍ରାମରେ ଆୟୋଜିତ ସଂଘର ଅଖିଳ ଭାରତୀୟ ସାମାଜିକ ସନ୍ଦଭାବନା ସମିତିର ଦୁଇ ଦିବସୀୟ ବୈଠକର ଶୁଭାରମ୍ଭ କରି ମୋହନ ଭାଗବତ ଏହା କହିଛନ୍ତି।
ଏହି ଅବସରରେ ମୋହନ ଭାଗବତ କହିଛନ୍ତି ଯେ ‘ଦେଶ ସାରା ହିନ୍ଦୁ ଧର୍ମ ଏବଂ ସଂସ୍କୃତିକୁ ବଦନାମ କରିବା ପାଇଁ ବଡ଼ ଷଡ଼ଯନ୍ତ୍ର ରଚାଯାଉଛି। କେତେକ ସ୍ଥାନରେ ଭିଡ ହିଂସା ନାମରେ ରାଜନୀତି କରି ସମାଜରେ ଘୃଣା ପ୍ରସାର କରାଯାଉଛି ତ କେଉଁଠି ଗାଈ ନାମରେ ଘୃଣାର ପ୍ରସାର କରାଯାଉଛି। କେତେକ ରାଜ୍ୟରେ ଏକ ଯୋଜନା ଅନୁସାରେ ଧର୍ମ ପରିବର୍ତ୍ତନ କରାଯାଉଛି। ବର୍ତ୍ତମାନ ସ୍ଥିତିରେ ସମସ୍ତ ପ୍ରଚାରକଙ୍କୁ ସତର୍କ ରହିବା ଆବଶ୍ୟକ। ହିନ୍ଦୁ ଧର୍ମର ରକ୍ଷା ପାଇଁ ଭିନ୍ନ ଭିନ୍ନ ମତ ପନ୍ଥୀ ଏବଂ ଉପାସନା ପଦ୍ଧତିର ଲୋକଙ୍କୁ ସହ ଏକାଠି ବସି ସମାଜିରେ ଜାତି ଏବଂ ବର୍ଗ ମଧ୍ୟରେ ସୃଷ୍ଟି ହେଉଥିବା ଭେଦଭାବ ସମାପ୍ତ କରିବାକୁ ପ୍ରୟାସ କରାଯାଉ। ଏଭଳି ହେଲେ ସାମାଜିକସ୍ତରରେ କେତେକ ସମସ୍ୟାର ସମାଧାନ ମିଳିପାରିବ। ଏହି ବୈଠକରେ ଭାରତୀୟ ସାମାଜିକ ସଦଭାବନା ସମିତିର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ବିହାର, ରାଜସ୍ଥାନ, ହରିୟାଣା, ପଞ୍ଜାବ, ମଧ୍ୟପ୍ରଦେଶ, ଗୁଜୁରାଟ, ଜାମ୍ମୁ କାଶ୍ମୀର, କେରଳ, ଛତିଶଗଡ଼, ହିମାଚଳ ପ୍ରଦେଶ, ଦିଲ୍ଲୀ, ତ୍ରିପୁରା ଏବଂ ମେଘାଳୟ ସମିତି ସମେତ ସମସ୍ତ ରାଜ୍ୟର ପ୍ରତିନିଧି ଏବଂ ସଂଘ ସହ ଜଡିତ ଅନ୍ୟ ସଂଗଠନର ପ୍ରତିନିଧି ଭାଗ ନେଇଥିଲେ।

kalyan agarbati

Comments are closed.