ସାମାଜିକ ଗଣମାଧ୍ୟମରେ ଚାଲିଛି ବନ୍ଧୁକ ବେପାର!
ବଲାଙ୍ଗୀର : ବଲାଙ୍ଗୀର ସହର ଦିନକୁ ଦିନ ଅଶାନ୍ତ ହୋଇ ପଡୁଥିବା ବେଳେ ଜନସାଧାରଣଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେବେ ଆଶ୍ଚର୍ଯ୍ୟର କଥା ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଚାଲିଛି ବନ୍ଧୁକ ବେପାର। ବନ୍ଧୁକ ଲୋକଙ୍କ ପାଖରେ ସହଜ ଓ ସୁବିଧାରେ ପହଞ୍ଚି ଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ବର୍ତ୍ତମାନ ଯୁବ ପିଢୀଙ୍କୁ ବେକାରୀ ପ୍ରବଳ ମାତ୍ରାରେ ଗ୍ରାସ କରିଥିବା ବେଳେ ଚାକିରୀ ନପାଇ ନାହିଁନଥିବା ହଇରାଣ ହେଉଛନ୍ତି। ଏପରିକି ଶିକ୍ଷିତ ଯୁବପିଢୀ ଅବାଟୁଆ ହୋଇ ଅପରାଧ ଦୁନିଆରେ ପାଦ ଥାପୁଛନ୍ତି। ପୁଲିସ ରେକର୍ଡରୁ ଜଣାପଡେ ଯେ ବର୍ତ୍ତମାନ ବିଭିନ୍ନ ଲୁଟ, ଡକାୟତି, ହତ୍ୟାକାଣ୍ଡରେ ସେମାନଙ୍କ ସଂପୃକ୍ତି ବଢିବାରେ ଲାଗିଛି। ଯାହା ସାମାଜିକ ବ୍ୟବସ୍ଥାରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବେଳେ ସହରରେ ଅଶାନ୍ତି ସୃଷ୍ଟି ହେଉଛି। ସ୍ୱଳ୍ପ ମୂଲ୍ୟରେ ବନ୍ଧୁକ ମିଳିବା ଓ ପୁଣି ସାମାଜିକ ଗଣମାଧ୍ୟମରେ, କେଉଁ ସ୍ତରକୁ ଗଲାଣି ବନ୍ଧୁକ ବେପାର ତାହା ସହଜରେ ଅନୁମେୟ। ଏବେ କଥା କଥାରେ ଗୁଳି ଫଟୁଥିବା ବେଳେ ସାମଜିକ ଗଣମାଧ୍ୟମରେ ବନ୍ଧୁକ ବିକ୍ରି ସୁରକ୍ଷା ଦୃଷ୍ଟିରୁ କେତେ ଠିକ ତାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଖୋଦ ବଲାଙ୍ଗୀର ସହରରେ ଏଭଳି ଜିନିଷ ଘଟୁଥିଲେ ହେଁ କାହିକି ପୁଲିସ ନିରବ ରହିଛି ତାକୁ ନେଇ ସନ୍ଦେହ ପ୍ରକାଶ ପାଉଛି। ଏଭଳି ସମାଜିକ ଗଣମାଧ୍ୟମରେ ବନ୍ଧୁକ ବିକ୍ରିକାରୀଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
Comments are closed.