ବିଧାୟକଙ୍କ ନିକଟରେ ଅଞ୍ଚଳ ବାସୀଙ୍କ ଦାବି; ଲକ୍ଷ୍ମୀପୁରରେ କାରଖାନା ପ୍ରତିଷ୍ଠା ହେଉ

ଲକ୍ଷ୍ମୀପୁର : ବିଧାୟକ ପ୍ରଭୁଜାନୀ ସୋମବାର ଲକ୍ଷ୍ମୀପୁର ଅସିଥିବା ବେଳେ ଅଞ୍ଚଳବାସୀ ତାଙ୍କୁ ଭେଟି ଲକ୍ଷ୍ମୀପୁରରେ କାରଖାନା ପ୍ରତିଷ୍ଠା କରିବା ପାଇଁ ଦାବି କରିଛନ୍ତି। ବିଧାୟକଙ୍କୁ ଏଠାରେ ଅଞ୍ଚଳର ଜନସାଧାରଣଙ୍କ ସହିତ ବିଜେଡ଼ି କର୍ମିମାନେ ସାକ୍ଷାତ କରିଥିଲେ। ବିଧାୟକ କର୍ମିମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ଦଳୀୟ କର୍ମିମାନେ ଉପେକ୍ଷିତ ନହୁଅନ୍ତୁ କିନ୍ତୁ ଜନସାଧାରଣ ଯେପରି ସରକାରଙ୍କର ସମସ୍ତ ଯୋଜନାର ସୁଫଳ ପାଇପାରିବେ ସେଥିପ୍ରତି କର୍ମିମାନେ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଥିଲେ। ତେବେ କୋଡ଼ିଙ୍ଗା ମାଳିରୁ ଖଣି ନିଗମ ବକ୍ସାଇଟ ଖନନ କରିବା ପାଇଁ ଏବଂ ପରିବହନ ପାଇଁ ଆନ୍ଧ୍ରର ଏକ ଠିକା କମ୍ପାନୀକୁ ଦାୟିତ୍ୱ ଦେଇଥିବା ବେଳେ ସେ ଲାଞ୍ଜିଗଡ଼ର ବେଦାନ୍ତ କାରଖାନାକୁ ଦେଉଛନ୍ତି। ଯ୍‍ଦ୍ୱାରା ଅଞ୍ଚଳର କିଛି ବିକାଶ ହୋଇ ପାରୁନାହିଁ କିି ସ୍ଥାନୀୟ ଯୁବକମାନଙ୍କୁ ସେଭଳି କିଛି କର୍ମ ନିଯୁକ୍ତି ମିଳୁନି ବୋଲି ଉପସ୍ଥିତ ଜନସାଧାରଣ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଏଠାରେ କାରଖାନା ପ୍ରତିଷ୍ଠା ନହେବା ଦ୍ୱାରା ଅଞ୍ଚଳର ବେକାରୀ ଦୂର ହୋଇ ପାରିବ ନାହିଁ ବୋଲି ସ୍ଥାନୀୟ ଲୋକେ କହିବା ସହିତ ଆଦିତ୍ୟ ଆଲୁମିନା କାରଖାନା ପ୍ରତିଷ୍ଠା ପାଇଁ ଦାବି କରିଛିନ୍ତି। ସେହିପରି ବିଧାୟକ କହିଛନ୍ତି କସାଂରିଗୁଡ଼ା ଠାରେ କାରଖାନା ପ୍ରତିଷ୍ଠା ପାଇଁ ଆଲୋଚନା ଚାଲିଛି। ଏପରିକି ବର୍ତ୍ତମାନ ଖଣି ନିଗମ ପାରିପାର୍ଶ୍ବକ ଅଞ୍ଚଳର କିପରି ବାକାଶ ହୋଇ ପାରିବ ସେଥି ପ୍ରିତି ଗୁରୁତ୍ୱ ଦିଆ ଯାଉଛି ବୋଲି କହିଥିଲେ। ତେବେ ବିଧାୟକଙ୍କ ପ୍ରତିଶ୍ରୁତି କିଭଳି କାର୍ଯ୍ୟକାରୀ ହେଉଛି ତାହା ଆଗାମୀ ଦିନରେ ଜଣା ପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

kalyan agarbati

Comments are closed.