ଲୋକସଭାରେ ୟୁଏପିଏ ବିଲ ପାରିତ

ଦେଶର ସୁରକ୍ଷା ସହ ସାଲିସ କରାଯିବ ନାହିଁ : ଅମିତ ଶାହା

ନୂଆଦିଲ୍ଲୀ : ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ (ୟୁଏପିଏ) ସଂଶୋଧିତ ବିଧେୟକ ବୁଧବାର ଲୋକସଭାରେ ପାରିତ ହୋଇଛି। କଂଗ୍ରେସ ସାଂସଦଙ୍କ ଗୃହତ୍ୟାଗ ମଧ୍ୟରେ ଲୋକସଭାରେ ଏହି ବିଲକୁ ମଞ୍ଜୁରୀ ମିଳିଛି। ଏହି ବିଲରେ ବ୍ୟକ୍ତି ବିଶେଷଙ୍କୁ ଆତଙ୍କବାଦୀ ଘୋଷିତ କରିବାର ପ୍ରାବଧାନ ରହିଛି। କଂଗ୍ରେସ ଏହି ବିଲର ସଂଶୋଧନର ବିରୋଧ କରିଛି। ଏହି ବିଲର ଦୁରୁପଯୋଗ ହେବାର ଆଶଙ୍କା ରହିଛି ବୋଲି କଂଗ୍ରେସ ପକ୍ଷରୁ ଯୁକ୍ତି କରାଯାଇଛି। ଏହି କ୍ରମରେ ବିଲକୁ ବିରୋଧ କରି କଂଗ୍ରେସ ସାଂସଦମାନେ ଗୃହ ତ୍ୟାଗ କରିଥିଲେ।

prayash

ବିଲ ଉପରେ ବିତର୍କରେ ଗୃହ ମନ୍ତ୍ରୀ ଅମିତ ଶାହା ସରକାରଙ୍କ ପକ୍ଷ ରଖିଥିଲେ। ଗୃହ ମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ଆତଙ୍କବାଦ ବିରୋଧୀ ଲଢେଇ ସରକାର ଲଢୁଛନ୍ତି। ତେଣୁ କେଉଁ ଦଳ ଏବେ ସରକାରରେ ଅଛି, ତାହାଦ୍ୱାରା କୌଣସି ଫରକ ପଡେନାହିଁ। ଦେଶର ସୁରକ୍ଷା ସହ ସାଲିସ କରାଯିବ ନାହିଁ। ଆମେ କୌଣସି ସଂଗଠନଙ୍କୁ ଆତଙ୍କବାଦୀ ଘୋଷିତ କରିବା ପରେ ସେମାନେ ବର୍ତ୍ତମାନର ସଂଗଠନ ବନ୍ଦ କରି ଅନ୍ୟ ସଂଗଠନ ଖୋଲି ଦେଉଛନ୍ତି। ତେଣୁ ଏଥିପାଇଁ ଆଇନ ନୁହେଁ ବରଂ ପ୍ରକ୍ରିୟା ଉପରେ ଧ୍ୟାନ ଦେବା ଆବଶ୍ୟକ। ସେହିପରି ବ୍ୟକ୍ତି ବିଶେଷଙ୍କୁ ଆତଙ୍କବାଦୀ ଘୋଷିତ କରିବାର ପ୍ରାବଧାନ ମିଳିତ ଜାତିସଂଘରେ ଅଛି। ଏହାବାଦ ଆମେରିକା, ପାକିସ୍ତାନ, ଚୀନ, ଇସ୍ରାଏଲ ଏବଂ ୟୁରୋପୀୟ ସଂଘରେ ମଧ୍ୟ ବ୍ୟକ୍ତି ବିଶେଷଙ୍କୁ ଆତଙ୍କବାଦୀ ଘୋଷିତ କରିବାର ପ୍ରାବଧାନ ରହିଛି। ନିକଟରେ ମିଳିତ ଜାତିସଂଘ ୨୬/୧୧ ମୁମ୍ବଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିଛି। ତେଣୁ ବ୍ୟକ୍ତି ବିଶେଷଙ୍କୁ ଆତଙ୍କବାଦୀ ଘୋଷଣା କରିବାର ପ୍ରାବଧାନକୁ ବିରୋଧ କରାଯିବା ଠିକ୍‍ ନୁହେଁ। ସିଆରପିସିରେ ୧୪ ଦିନର ରିମାଣ୍ଡ ଥିଲାବେଳେ ୩୦ ଦିନ ହାଜତରେ ରଖିବାର ପ୍ରାବଧାନ ଅଛି। ଏହି ପ୍ରାବଧାନ ଆମେ ନୁହେଁ ଚିଦମ୍ବରମ ଆଣିଥିଲେ। ଧାରା ୨୫ର ପ୍ରାବଧାନ ଆମେ ଆଣିନାହୁଁ କେବଳ ଆମେ ଏଥିରେ ସଂଶୋଧନ କରିଛୁ।

kalyan agarbati

Comments are closed.