ବିହାରରେ ବଜ୍ରପାତରେ ୩୨ ମୃତ
ପାଟନା : ବିହାରରେ ଗତ ୨୪ ଘଣ୍ଟା ମଧ୍ୟରେ ବଜ୍ରପାତରେ ମହିଳା, ଶିଶୁଙ୍କ ସମେତ ଅନ୍ୟୁନ ୩୨ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୨ରୁ ଊର୍ଦ୍ଧ୍ବ ଗୁରୁତର ହୋଇଛନ୍ତି।
ବୁଧବାର ସରକାରୀ ଅଧିକାରୀଙ୍କ କହିବା ଅନୁସାରେ ଜାମୁଇରେ ବଜ୍ରପାତରେ ୮, ଔରଙ୍ଗାବାଦରେ ୭, ବାଙ୍କାରେ ୫, ଭାଗଲପୁର, ହୋତା ଜିଲାରେ ୩ ଜଣ ଲେଖାଏଁ, ଗୟା, ମୁଙ୍ଗେର, କାଥିଆର ଏବଂ ଆରାରିଆରେ ବଜ୍ରପାତରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାରବର୍ଗଙ୍କ ପାଇଁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଆଗାମୀ କିଛି ଦିନ ବଜ୍ରପାତ ହେବାର ସମ୍ଭବନା ରହିଛି ଓ ଏଥିପାଇଁ ମୋବାଇଲ ଫୋନ ମେସେଜ ଯୋଗେ ସତର୍କତା ସୂଚନା ଜାରି କରାଯାଉଛି ବୋଲି ବିପର୍ଯ୍ୟୟ ପ୍ରଶମନ ବିଭାଗର ଜଣେ ଅଧିକାରୀ କହିଛନ୍ତି।
Comments are closed.