BJD Bijuli 480×75 Mob

ଦିନିକିଆରୁ ସନ୍ନ୍ୟାସ ନେବେ ମାଲିଙ୍ଗା

BJD Bijuli 480×75 Mob

କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ୍‌ ଦଳର ପ୍ରମୁଖ ଦ୍ରୁତ ବୋଲର ଲାସିଥ୍‌ ମାଲିଙ୍ଗା ଖୁବଶୀଘ୍ର ଦିନିକିଆ କ୍ରିକେଟ୍‌ରୁ ସନ୍ନ୍ୟାସ ନେବାକୁ ଯାଉଛନ୍ତି। ବାଂଲାଦେଶ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଖେଳାଯିବାକୁ ଥିବା ବେଳେ ଏହି ମ୍ୟାଚ୍‌ ଖେଳି ମାଲିଙ୍ଗା ଦିନିକିଆ କ୍ରିକେଟ୍‌ରୁ ସନ୍ନ୍ୟାସ ନେବେ ବୋଲି ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ତେବେ ମାଲିଙ୍ଗା ଟ୍ବେଣ୍ଟି୨୦ରୁ ସନ୍ନ୍ୟାସ ନେବେ ନାହିଁ ବୋଲି ବୋର୍ଡ ତରଫରୁ ସ୍ପଷ୍ଟ କରି ଦିଆଯାଇଛି।

ମାଲିଙ୍ଗାଙ୍କୁ ଜଣେ ମହାନ୍ ବୋଲର ଭାବେ ଦର୍ଶାଇ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ସଭାପତି ସାମି ସିଲଭା କହିଛନ୍ତି ଶ୍ରୀଲଙ୍କା କ୍ରିକେଟ୍‌ର ଉନ୍ନତିରେ ମାଲିଙ୍ଗାଙ୍କ ଅବଦାନ ଅତୁଳନୀୟ। ସେ ଦିନିକିଆରୁ ସନ୍ନ୍ୟାସ ନେବା ପରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାହା ପୂରଣ ହେବା କଷ୍ଟକର। ସେହିପରି ଶ୍ରୀଲଙ୍କା ଦଳର ଅଧିନାୟକ ଦିମୁଖ କରୁଣାରତ୍ନେ ନିଜ ପ୍ରତିକ୍ରିୟାରେ କହିଛନ୍ତି ମାଲିଙ୍ଗା ଦଳର ପ୍ରମୁଖ ବୋଲର। ପ୍ରଥମ ଦିନିକିଆ ପରେ ସେ ସନ୍ନ୍ୟାସ ନେବାକୁ ଯାଉଥିବାରୁ ତାଙ୍କ ସ୍ଥାନରେ କେଉଁ ବୋଲରଙ୍କୁ ଖେଳାଇବେ ସେ ଚିନ୍ତା ତାଙ୍କୁ ଏବେଠାରୁ ଘାରିଲାଣି। ତେବେ ମାଲିଙ୍ଗାଙ୍କ ନିଷ୍ପତ୍ତିକୁ ସେ ସମ୍ମାନ ଜଣାଉଛନ୍ତି। ମାଲିଙ୍ଗା ଶ୍ରୀଲଙ୍କା ତରଫରୁ ୨୨୫ଟି ଦିନିକିଆ ମ୍ୟାଚ୍ ଖେଳି ୩୩୫ଟି ୱିକେଟ୍ ହାସଲ କରିଛନ୍ତି। ୩୮ ରନ୍‌ରେ ୬ଟି ୱିକେଟ୍‌ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ। ସେହିପରି ସେ ୭୩ଟି ଦିନିକିଆ ମ୍ୟାଚ୍‌ ଖେଳି ୯୭ଟି ୱିକେଟ୍ ହାସଲ କରିଛନ୍ତି। ୩୧ ରନ୍‌ରେ ୫ଟି ୱିକେଟ୍ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ।

Comments are closed.