www.samajalive.in
Wednesday, December 10, 2025
15.1 C
Bhubaneswar

ଆସ୍ଥା ଭୋଟରେ ହାରିଲେ କୁମାରସ୍ୱାମୀ, କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ସରକାରର ପତନ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଦୀର୍ଘଦିନ ଧରି ଲାଗରିହଥିବା ରାଜନୈତିକ ନାଟକର ଅନ୍ତ ଘଟିଛି। ମଙ୍ଗଳବାର ସନ୍ଧ୍ୟାରେ କର୍ଣ୍ଣାଟକ ବିଧାନସଭାରେ ଆହୂତ ଆସ୍ଥା ଭୋଟରେ କୁମାରସ୍ୱାମୀ ପରାସ୍ତ ହୋଇଛନ୍ତି। ଏହି କ୍ରମରେ ସରକାର ଗଢିବାର ୧୪ ମାସ ପରେ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ସରକାରର ପତନ ଘଟିଛି।
କର୍ଣ୍ଣାଟକରେ ଦୀର୍ଘ ୨୧ ଦିନ ହେବ ରାଜନୈତିକ ନାଟକ ଲାଗରହିଥିଲା। ପ୍ରତି ଥର ଆସ୍ଥା ଭୋଟ ପାଇଁ ନୂଆ ସମୟ ଧାର୍ଯ୍ୟ କରାଯାଉଥିଲା। ହେଲେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ଆସ୍ଥା ଭୋଟରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ସପକ୍ଷରେ ୯୯ ଖଣ୍ଡ ଭୋଟ ଓ ବିରୋଧରେ ୧୦୫ ଖଣ୍ଡ ଭୋଟ ମିଳିଥିଲା।

ବାଚସ୍ପତି କେ.ଆର ରମେଶ କୁମାର ଆସ୍ଥା ଭୋଟ ପାଇଁ ବିଧାୟକଙ୍କୁ ନିଜ ଆସନରେ ଠିଆ କରାଇ ମୁଣ୍ଡ ଗଣତି କରିଥିଲେ । କଂଗ୍ରେସ- ଜେଡିଏସ ସରକାରଙ୍କ ସପକ୍ଷରେ ୯୯ ଜଣ ଠିଆ ହୋଇଥିଲା ବେଳେ ବିପକ୍ଷରେ ୧୦୫ ଜଣ ବିଧାୟକ ଠିଆ ହୋଇଥିଲେ ।

- Advertisement -

ପ୍ରକାଶ ଯେ ୨୧ ଦିନ ତଳେ କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ଦେଖାଦେଇଥିଲା । ଘଟଣା କ୍ରମରେ  କଂଗ୍ରେସ ଓ ଜେଡିଏସର ୧୫ ବିଧାୟକ ଇସ୍ତଫା ଦେଇଥିଲେ । ଏହାବାଦ କଂଗ୍ରେସର ୧୦ ବିଧାୟକ ମୁମ୍ବାଇ ଚାଲିଯାଇ ଏକ ହୋଟେଲରେ ରହିଥିଲେ । ସେହି ସମୟରେ ଆମେରିକା ଯାଇଥିବା ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀ ସ୍ବତନ୍ତ୍ର ବିମାନରେ କର୍ଣ୍ଣାଟକ ଫେରିଥିଲେ । କଂଗ୍ରେସ ବରିଷ୍ଠ ନେତାଙ୍କ ସହ ମିଶି ରାଜନୈତିକ ସଂକଟ ଦୂର କରିବାକୁ ​‌ସେ ଚେଷ୍ଟା କରିଥିଲେ । ମାତ୍ର ତାଙ୍କ ସମସ୍ତ ପ୍ରୟାସ ବିଫଳ ହୋଇଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories