www.samajalive.in
Sunday, December 7, 2025
14.1 C
Bhubaneswar

ମେହବୁବାଙ୍କ ସମ୍ପର୍କୀୟ ଭାଇ ଉପରେ ଆତଙ୍କବାଦୀ ଆକ୍ରମଣ, ପିଏସଓ ମୃତ

ଜାମ୍ମୁ : ଜାମ୍ମୁ କାଶ୍ମୀର ଅନନ୍ତନାଗରେ ପିଡିପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ସମ୍ପର୍କୀୟ ଭାଇ ସଜାଦ ମୁଫତିଙ୍କ ଉପରେ ଶୁକ୍ରବାର ଅପରାହ୍ଣରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ସଜାଦଙ୍କ ପିଏସଓର ମୃତ୍ୟୁ ଘଟିଛି। ଘଟଣା ପରେ ସୁରକ୍ଷା ବାହିନୀ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଆରମ୍ଭ କରିଛି।

ସୂଚନା ଅନୁସାରେ ସଜାଦ ମୁଫତି ଅନନ୍ତନାଗରେ ନମାଜ ପାଠ କରିବା ପାଇଁ ଯାଉଥିଲେ। ବାଟରେ ତାଙ୍କ ଗାଡ଼ି ଉପରକୁ ଆତଙ୍କବାଦୀମାନେ ଗୁଳି ମାଡ଼ କରିଥିଲେ। ଜବାବରେ ତାଙ୍କ ପିଏସଓ ଗୁଳି ବିନିମୟ କରିଥିଲେ। ତେବେ ଗୁଳି ମାଡ଼ରେ ତାଙ୍କ ପିଏସଓର ମୃତ୍ୟୁ ଘଟିଛି। ଏହାପୂର୍ବରୁ ଅନନ୍ତନାଗର କୋକରନାଗରେ ଆତଙ୍କବାଦୀମାନେ ନ୍ୟାସନାଲ କନଫ୍ରେନ୍ସର ନେତା ସୟଦ ତୌକରୀ ଶାହଙ୍କ ଉପରେ ଆକ୍ରମଣ କରିଥିଲେ ଓ ଏଥିରେ ତାଙ୍କ ପିଏସଓର ମୃତ୍ୟୁ ଘଟିଥିଲା। ଗତ କିଛି ଦିନ ହେବ ରାଜନୈତିକ ଦଳର ନେତାଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରୁଛନ୍ତି। ତେଣୁ ରାଜନେତାଙ୍କୁ ସତର୍କ ରହିବାକୁ କୁହାଯାଇଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories