www.samajalive.in
Sunday, December 7, 2025
18.1 C
Bhubaneswar

ସୁଆଦିଆ ମଟନ କଷା

ଆବଶ୍ୟକ ସାମଗ୍ରୀ
ମଟନ – ୫୦୦ ଗ୍ରାମ
ଗୋଟା ମସଲା
ଗୁଜୁରାତି – ୩ଟି
ଡ଼ାଲଚିନି – ୨ଟି
ଲବଙ୍ଗ – ୩ଟି
ତେଜପତ୍ର – ୨ଟି
ଜାଇତ୍ରି – ୧ଟି
ହଳଦୀ ଗୁଣ୍ଡ – ୧ ଚାମଚ
ଲଙ୍କା ଗୁଣ୍ଡ – ୧ ଚାମଚ
ଲୁଣ – ଆବଶ୍ୟକ ପରିମାଣରେ
ଅଦା ରସୁଣ ବଟା – ୫ ଚାମଚ
ଘିଅ – ୧କପ ରୁ କମ
ଦହି – ୧କପ ରୁ କମ
କଟା ପିଆଜ – ୩ଟି
ପେଷା ଟମାଟୋ – ୧ଟି
କଞ୍ଚା ଲଙ୍କା – ୨ଟି
ଗରମ ମସଲା – ୧ ଚାମଚ
ଧନିଆ ଗୁଣ୍ଡ – ଅଳ୍ପ
ମିଟ ମସଲା – ଅଳ୍ପ
କଟା ଧନିଆ ପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମଟନକୁ ଭଲ ଭାବେ ଧୋଇ ଏଥିରେ ହଳଦୀ ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ, ଦହି, ଅଦା ରସୁଣ ବଟା ଗୋଳାଇ ୩୦ ମିନିଟ ରଖି ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଏଥିରେ ସମସ୍ତ ଗୋଟା ମସଲା ପକାଇ ଭାଜନ୍ତୁ। କିଛି ସମୟ ଭାଜିବା ପରେ ଏଥିରେ କଟା ପିଆଜ ପକାଇ ଭଲ ଭାବେ ଭାଜନ୍ତୁ। ପିଆଜ ଭଲ ଭାବେ ଭାଜି ହୋଇଗଲେ ଏଥିରେ ଅଦା ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ , ଗୋଳାଇ ରଖିଥିବା ମଟନ, ଅଳ୍ପ ପାଣି ଦେଇ ଭଲ ଭାବେ କଷି ଦିଅନ୍ତୁ। କିଛି ସମୟ କଷିବା ପରେ ଏହାକୁ ୧୦ ମିନିଟ ଘୋଡ଼ାଇ ରଖି ଦିଅନ୍ତୁ। ୧୦ ମିନିଟ ପରେ ଏଥିରେ ଧନିଆ ଗୁଣ୍ଡ, ଗରମ ମସଲା , ମିଟ ମସଲା , କଞ୍ଚା ଲଙ୍କା , ଆବଶ୍ୟକ ପରିମାଣରେ ପାଣି ଦେଇ ୨୦ ମିନିଟ ଗ୍ୟାସରେ ବସାନ୍ତୁ। ୨୦ ମିନିଟ ପରେ ଏକ ପାତ୍ରକୁ କାଢି କଟା ପିଆଜ ଓ ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଆଦିଆ ମଟନ କଷା। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories