www.samajalive.in
Sunday, December 7, 2025
14.1 C
Bhubaneswar

ଚଟପଟା ଆଚାରୀ ଚିଙ୍ଗୁଡ଼ି

ଆବଶ୍ୟକ ସାମଗ୍ରୀ
ଚିଙ୍ଗୁଡ଼ି – ୫୦୦ ଗ୍ରାମ
କଟା ପିଆଜ – ୧ଟି
ଅଦାରସୁଣ ବଟା – ୪ ଚାମଚ
ଟମାଟୋ – ୧ଟି
କାଜୁ ବଟା – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ଳବଙ୍ଗ – ୨ଟି
ଗୁଜୁରାତି – ୨ଟି
ଡ଼ାଲଚିନି – ୨ଟି
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
ଆମଚୁର ଗୁଣ୍ଡ – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ଦହି – ଅଳ୍ପ
ଚାର୍ଟ ମସଲା – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିଙ୍ଗୁଡ଼ିକୁ ଭଲ ଭାବେ ଧୋଇ ଏଥିରେ ଅଳ୍ପ ଲୁଣ, ହଳଦୀ ଗୁଣ୍ଡ , ଦହି ଗୋଳାଇ କିଛି ସମୟ ରଖି ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଚିଙ୍ଗୁଡ଼ିକୁ ପକାଇ ଭାଜି ଦିଅନ୍ତୁ। ଚିଙ୍ଗୁଡ଼ିକୁ ଭାଜି ଏକ ପାତ୍ରକୁ କାଢି ରଖନ୍ତୁ। ଏହାପରେ କଡ଼େଇରେ ପୁଣି ତେଲ ଗରମ କରି ଲବଙ୍ଗ, ଗୁଜୁରାତି, ଡ଼ାଲଚିନି ଭାଜନ୍ତୁ। ଭାଜିବା ପରେ ଏଥିରେ ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହେବା ପରେ ଅଦାରସୁଣ ବଟା ପକାଇ କିଛି ସମୟ କଷନ୍ତୁ। କଷିବା ପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଟମାଟୋ ପକାଇ ପୁଣି କଷିନ୍ତୁ। କିଛି ସମୟ ପରେ କାଜୁ ବଟା, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଚାର୍ଟ ମସଲା, ଆମଚୁର ଗୁଣ୍ଡ, ଅଳ୍ପ ଲୁଣ, ସାମାନ୍ୟ ପାଣି, ଭଜା ଚିଙ୍ଗୁଡ଼ି ପକାଇ ଏହାକୁ କଷି ଭଲ ଭାବେ ଫୁଟାଇ ଦିଅନ୍ତୁ।

courtesy : Sify Bawarchi

୫ ରୁ ୧୦ ମିନିଟ ଗ୍ୟାସରେ ବସାଇ ଏକ ପାତ୍ରକୁ କାଢି ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚଟପଟା ଆଚାରୀ ଚିଙ୍ଗୁଡ଼ି। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories