ଭୂ-ସ୍ଖଳନରୁ ଋଷିକେଶ-ବଦ୍ରିନାଥ ରାଜପଥ ବନ୍ଦ, ଅଟକି ରହିଛନ୍ତି ଶତାଧିକ ଯାନବାହାନ

ନୂଆଦିଲ୍ଳୀ : ପ୍ରବଳ ବର୍ଷାରୁ ଭୂ-ସ୍ଖଳନ ଘଟି ମଙ୍ଗଳବାର ସକାଳୁ ଋଷିକେଶ-ବଦ୍ରିନାଥ ରାଜପଥ ବନ୍ଦ ହୋଇଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ିମଟର ଅଟକି ରହିଛନ୍ତି। କେତେ ଘଣ୍ଟା ବନ୍ଦ ରହିବା ପରେ ସୋମବାର ରାତିରେ ରାଜପଥ ଖୋଲା ହୋଇଥିଲା। ଏବେ ରାଜପଥ ପୁନର୍ବାର ବନ୍ଦ ହୋଇଯାଇଛି। ସେହିପରି ଚମ୍ପାୱତ-ଟନକପୁର ରାଜପଥ ମଧ୍ୟ ଭୂସ୍ଖଳନ ଯୋଗୁଁ ବନ୍ଦ ହୋଇଯାଇଛି।
ବଦ୍ରିନାଥ ରାଜପଥର ତପେୱନରୁ ୩୦୦ ମିଟର ଆଗରେ ସକାଳ ୬ଟା ବେଳେ ଭୂସ୍ଖଳନ ଘଟି ରାଜପଥ ବନ୍ଦ ହୋଇଯାଇଥିଲା। ସାଢେ ୯ଟାରେ ରାସ୍ତା ଖୋଲା ଯାଇଥିଲା। ମାତ୍ର ଶିବପୁରୀଠାରୁ ୨୦୦ ମିଟର ଦୂର ରାସ୍ତାରେ ଭୂସ୍ଖଳନ ଘଟି ରାସ୍ତା ବନ୍ଦ ହୋଇଯାଇଛି। ରାସ୍ତାରୁ ମାଟି ଅତଡ଼ା ହଟା ଯାଉଛି। ବର୍ଷା ଜାରି ରହିଥିବାରୁ ରାସ୍ତା ଉପରୁ ମାଟି ଅତଡ଼ା ବାହାର କରିବା କଷ୍ଟକର ହୋଇପଡ଼ିଛି। ଉଭୟ ପଟରେ ଶତାଧିକ ଗାଡ଼ିମଟର ଅଟକି ରହିଛି। ଗାଡ଼ି ଚଳାଚଳ ସ୍ୱାଭାବିକ ନହେଲେ ଉତ୍କଟ ଟ୍ରାଫିକ ସମସ୍ୟା ଦେଖାଦେବ ବୋଲି ଆଶଙ୍କା କରାଯାଉଛି।

kalyan agarbati

Comments are closed.