www.samajalive.in
Tuesday, December 9, 2025
15.1 C
Bhubaneswar

ଭାରତୀୟ ବିମାନ ପାଇଁ ପାକିସ୍ତାନର ସର୍ତ୍ତ; ସୀମାନ୍ତ ଘାଟିରୁ ଯୁଦ୍ଧବିମାନ ହଟାଇଲେ ଆକାଶ ମାର୍ଗ ଖୋଲିବୁ

ଇସଲାମାବାଦ : ଭାରତୀୟ ବାଣିଜ୍ୟିକ ବିମାନକୁ ଆକାଶ ମାର୍ଗ ଅନୁମତି ଦେବାକୁ ପାକିସ୍ତାନ ସରକାର ମନା କରିଦେଇଛନ୍ତି। ଆକାଶ ମାର୍ଗ ଖୋଲିବା ପାଇଁ ପାକିସ୍ତାନ ସରକାର ଏକ ସର୍ତ୍ତ ରଖିଛନ୍ତି। ଭାରତ ପକ୍ଷରୁ ସୀମାନ୍ତରେ ଥିବା ବାୟୁସେନାର ଆଗୁଆ ଘାଟିରୁ ଯୁଦ୍ଧବିମାନଗୁଡ଼ିକୁ ପ୍ରତ୍ୟାହାର କରା ନ ଯିବା ପର୍ଯ୍ୟନ୍ତ ଏହି ଅନୁମତି ମିଳିବ ନାହିଁ ବୋଲି ପାକିସ୍ତାନ ବିମାନ ଚଳାଚଳ ବିଭାଗ ସଚିବ ତଥା ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ମହାନିର୍ଦେଶକ ଶାହା ରୁଖ୍‌ ନୁସ୍ରତ କହିଛନ୍ତି। ଏହି ନିଷ୍ପତ୍ତି ସେ ଦେଶର ସିନେଟ ଷ୍ଟାଣ୍ଡିଂ କମିଟିକୁ ଅବଗତ କରିଛନ୍ତି।

ବାଲାକୋଟ କାର୍ଯ୍ୟାନୁଷ୍ଠାନ ସମୟରୁ ଫେବୃୟାରୀ ୨୬ରୁ ପାକିସ୍ତାନ ଭାରତ ପାଇଁ ନିଜର ଆକାଶ ମାର୍ଗ ନିଷିଦ୍ଧ କରିଛି। ‘ଭାରତ ପକ୍ଷରୁ ଆକାଶ ମାର୍ଗ ଉନ୍ମୁକ୍ତ କରାଯିବା ପାଇଁ ଆବେଦନ ହୋଇଥିଲା ଏବଂ ଆମେ ଆମର ନିଷ୍ପତ୍ତି ଭାରତୀୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଦେଇଛୁ’ ବୋଲି କହିଛନ୍ତି ନୁସ୍ରତ। ସୀମାନ୍ତର ଆଗୁଆ ଘାଟିଗୁଡ଼ିକରେ ଭାରତ ଏବେ ସୁଦ୍ଧା ଯୁଦ୍ଧବିମାନ ସଜାଇ ରଖିଥିବାରୁ ଆକାଶ ମାର୍ଗ ଅନୁମତି ପ୍ରଦାନ କରାଗଲେ ଯେକୌଣସି ମୁହୂର୍ତ୍ତରେ ଅଘଟଣର ଆଶଙ୍କା ରହିଛି; ତେଣୁ ଏଗୁଡ଼ିକୁ ପ୍ରତ୍ୟାହାର କରା ନ ଯିବା ପର୍ଯ୍ୟନ୍ତ କଟକଣା ଉଠାଯିବ ନାହିଁ ବୋଲି ନୁସ୍ରତ ସିନେଟ କମିଟିକୁ ଜଣାଇଛନ୍ତି। ଅପରପକ୍ଷରେ ଭାରତ ପକ୍ଷରୁ ଏହାର ଆକାଶ ମାର୍ଗ ପାକିସ୍ତାନୀ ବିମାନ ପାଇଁ ଉନ୍ମୁକ୍ତ କରାଯାଇଛି। ଏହା ସତ୍ତ୍ବେ ଥାଇଲାଣ୍ଡ ଓ ମାଲେସିଆରୁ ଆସୁଥିବା ପାକିସ୍ତାନ ଆନ୍ତର୍ଜାତିକ ବିମାନଗୁଡ଼ିକ ଭାରତୀୟ ଆକାଶ ମାର୍ଗ ଅନୁସରଣ କରୁ ନାହାନ୍ତି; କିନ୍ତୁ ପାକିସ୍ତାନର କଟକଣା ଯୋଗୁଁ ଭାରତୀୟ ଯାତ୍ରୀବାହୀ ବିମାନଗୁଡ଼ିକ ଭିନ୍ନ ମାର୍ଗରେ ଉଡ଼ାଣ କରୁଛନ୍ତି। ଏହା ଦ୍ବାରା ଭାରତ ବିପୁଳ ଆର୍ଥିକ କ୍ଷତି ଓ ସମୟ ଅପଚୟର ସମ୍ମୁଖୀନ ହେଉଛି। ଏଥିପାଇଁ ‘ଏୟାର ଇଣ୍ଡିଆ’କୁ ଅଧିକ ୪୩୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିବା କହିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରି। ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ ବିସ୍‌କେକ୍‌ ସମ୍ମିଳନୀ ପାଇଁ କିରଗିଜସ୍ଥାନ ଯିବାକୁ ପାକିସ୍ତାନର ଆକାଶ ମାର୍ଗ ଉନ୍ମୁକ୍ତ କରିବାକୁ ଭାରତ ପକ୍ଷରୁ ନିବେଦନ କରାଯାଇଥିଲା ଓ ପାକିସ୍ତାନ ସରକାର ଏଥିପାଇଁ ସ୍ବତନ୍ତ୍ର ଅନୁମତି ଦେଇଥିଲେ ମଧ୍ୟ ମୋଦୀ ଅନ୍ୟ ମାର୍ଗରେ ଯାଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories