ଧାମରା : ଭଦ୍ରକ ଜିଲା ଧାମରାରେ ପରିବେଶବିତ ତଥା ସମାଜସେବୀ ଶରତ ଦଳେଇଙ୍କ ପକ୍ଷରୁ ବନମହୋତ୍ସବ ତଥା ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଆଜିର ଏହି ବନମହୋତ୍ସବ ତଥା ବୃକ୍ଷରୋପଣର ଶେଷ ଦିନରେ ଶରତ ଦଳେଇ ଧାମରା ଅଞ୍ଚଳରେ ପରିବେଶ ସମନ୍ୱୟ ବଜାଇ ରଖିବାକୁ ଯାଇ ବ୍ୟାପକ ବୃକ୍ଷରୋପଣ କରିଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ଧାମରା ମାର୍କେଟ କମ୍ପେକ୍ସ ଏବଂ ଧାମରାଇ ମନ୍ଦିର ତଥା ଧାମରା ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏହି ବନମହୋତ୍ସବରେ ସାଧାରଣ ଜନତାଙ୍କୁ ଗଛ ଲଗାଇ କିପରି ପରିବେଶକୁ ଠିକ ରଖାଯାଇ ପାରିବ ସେ ବିଷୟରେ ଆଲୋକପାତ କରିବା ସହ ସମସ୍ତଙ୍କୁ ନିଜ ନିଜ ବାଡିରେ ଗଛଟିଏ ଲଗାଇ ଏହାର ରକ୍ଷଣାବେକ୍ଷଣ କରିବାକୁ ଉପସ୍ଥିତ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥିବୃନ୍ଦ ପରାମର୍ଶ ଦେଇଥିଲେ। ଆଜିର ଏହି ବନ ମହୋତ୍ସବ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଧାମରା ରାଜସ୍ୱ ନିରୀକ୍ଷକ ଶ୍ରୀ କୃଷ୍ନ ଦାସ, ସହକାରୀ ରାଜସ୍ୱ ନିରୀକ୍ଷକ ରବିନ୍ଦ୍ର ଜେନା , ତ୍ରିଲୋଚନ ପାତ୍ର ପ୍ରମୁଖ ଏହି ମହୋତ୍ସବରେ ଯୋଗଦେଇ ବନ ସୁରକ୍ଷା ଏବଂ ବୃକ୍ଷ ରୋପଣ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।
Popular Categories



