ସରକାରଙ୍କ ଦୃଷ୍ଟି ଆଢୁଆଳରେ ପଏଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଜଗତସିଂହପୁର : ଜଗତସିଂହପୁର ଜିଲା ଏରସମା ବ୍ଲକର ପଏଦା ପଞ୍ଚାୟତର ପଏଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଛି। ବିଦ୍ୟାଳୟର ନିଜ ଗୃହ ନଥିବାରୁ ଛାତ୍ରଛାତ୍ରୀମାନେ ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ପାଠ ପଢୁଥିବା ଦେଖାଯାଇଛି।
୧୯୩୬ ମସିହାରେ ଏହି ବିଦ୍ୟାଳୟ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ପାଠ୍ୟ ଦାନ କରିବାର ସରକାରୀ ବ୍ୟବସ୍ଥା ଥିଲେ ମଧ୍ୟ ଶ୍ରେଣୀ ଗୃହ ନଥିବାରୁ ପ୍ରଥମ ଶ୍ରେଣୀ ଠାରୁ ସପ୍ତମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦାନ ଦିଆଯାଉଛି । ବିଦ୍ୟାଳୟରେ ସାତଟି ଶ୍ରେଣୀରେ ମୋଟ ୬୭ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପ୍ରଥମ ଶ୍ରେଣୀରେ ୧୦ଜଣ, ଦ୍ୱୀତିୟ ରେ ୩ଜଣ, ତୃତୀୟରେ ୯ଜଣ, ଚତୁର୍ଥରେ ୮ଜଣ, ପଞ୍ଚମରେ ୧୦ଜଣ, ଷଷ୍ଠରେ ୧୬ଜଣ ଓ ସପ୍ତମ ଶ୍ରେଣୀରେ ୧୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରି ଆସୁଛନ୍ତି । ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ସହିତ ୬ଜଣ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରୁଛନ୍ତି । ସବୁଠାରୁ କ୍ଷୋଭ ଓ ପରିତାପର ବିଷୟ ବିଦ୍ୟାଳୟର ନିଜସ୍ୱ ଗୃହ ନଥିବାରୁ ୧୯ବର୍ଷ ହେଲା ପଞ୍ଚାୟତର ରାଜୀବଗାନ୍ଧୀ ସେବାକେନ୍ଦ୍ରରେ ଗୋଟିଏ ଘରେ ୮ଟି ଶ୍ରେଣୀର ଶିକ୍ଷାଦାନ ଚାଲୁଥିବା ସହିତ ବାରଣ୍ଡାରେ ମଧ୍ୟ ଛାତ୍ରଛାତ୍ରୀ ବସି ପାଠ ପଢୁଛନ୍ତି । ଏଣୁ ଏହି ସମସ୍ୟାର ତୁରନ୍ତ ସ୍ଥାୟୀ ପ୍ରତିକାର ପାଇଁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଗ୍ରାମବାସୀଙ୍କ ସହଯୋଗରେ ସ୍କୁଲ ଗୃହ ନିର୍ମାଣ କରିବା ପାଇଁ ଉଦ୍ୟମ କରିବାକୁ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ସଭାପତି ରବି ନାରାୟଣ ମୁଦୁଲି, ସମାଜସେବୀ କୈଳାସ ପ୍ରଧାନ, ଗୌରାଙ୍ଗ ଚରଣ ପରିଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାନସ ରଂଜନ ସେଠୀ ପ୍ରମୁଖ ଦାବି କରିବା ସହିତ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାପାଇଁ ଜଗତସିଂହପୁରର ନୂତନ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି ।

kalyan agarbati

Comments are closed.