ପାଞ୍ଚ ବର୍ଷରେ ବିଦା ହୋଇଛନ୍ତି ୩୧୨ ଅଧିକାରୀ

ନୂୂଆଦିଲ୍ଲୀ : ଦୁର୍ନୀତି ଓ ଦକ୍ଷତା ଅଭାବରୁ କେନ୍ଦ୍ର ସରକାର ଅଦ୍ୟାବଧି ୩୧୨ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ଗ୍ରୁପ୍‌-ଏ ଓ ଗ୍ରୁପ୍‌-ବି ପାହ୍ୟାରେ କାର୍ଯ୍ୟ କରୁଥିବା ପ୍ରାୟ ୧ଲକ୍ଷ ୨୦ହଜାର ଅଧିକାରୀଙ୍କ କ୍ଷେତ୍ରରେ ସମୀକ୍ଷା କରାଯାଇ ଏଭଳି ପଦକ୍ଷେପ ନିଆଯାଇଥିବା ଲୋକସଭାରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ। ଜୁଲାଇ ୨୦୧୪ରୁ ମଇ ୨୦୧୯ ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି। ୧୨୫ ଗ୍ରୁପ୍‌-ଏ ଏବଂ ୧୮୭ ଗ୍ରୁପ୍‌-ବି ଅଧିକାରୀଙ୍କୁ ଚାକିରିରୁ ଆଗୁଆ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏଭଳି ପଦକ୍ଷେପ ଅବ୍ୟାହତ ରହିବ ବୋଲି ସେ କହିଛନ୍ତି।

kalyan agarbati

Comments are closed.