ଡାକ୍ତରଙ୍କ ସୁରକ୍ଷା ସଂକ୍ରାନ୍ତ ଆଇନ ପ୍ରସ୍ତୁତ ପାଇଁ କମିଟି ଗଠିତ

ନୂୂଆଦିଲ୍ଲୀ : ବିଭିନ୍ନ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇଦେବା ସଂକ୍ରାନ୍ତରେ କେନ୍ଦ୍ର ସରକାର ଆଇନ ଆଣିବେ। ଏ ସମ୍ପର୍କରେ ବିଚାରବିମର୍ଶ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ସ୍ବାସ୍ଥ୍ୟ, ସ୍ବରାଷ୍ଟ୍ର ଓ ଆଇନ ମନ୍ତ୍ରଣାଳୟର ଅଧିକାରୀଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। ଏଥିରେ ମେଡିକାଲ କାଉନ୍‌ସିଲ ଅଫ ଇଣ୍ଡିଆ (ଏମ୍‌ସିଆଇ) ଓ ସମସ୍ତ ଡାକ୍ତର ସଙ୍ଘର ପ୍ରତିନିଧି ଏବଂ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଓ ରାମ ମନୋହର ଲୋହିଆ ମେଡିକାଲ କଲେଜ-ହସ୍ପିଟାଲର ଅଧୀକ୍ଷକ ପ୍ରମୁଖଙ୍କୁ ସଦସ୍ୟ ରଖାଯାଇଛି।

prayash

ଡାକ୍ତରଖାନାରେ ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ସରକାରଙ୍କର ଏହି ପଦକ୍ଷେପକୁ ଭାରତୀୟ ମେଡିକାଲ ଆସୋସିଏସନ୍‌ (ଆଇଏମ୍‌ଏ) ସ୍ବାଗତ କରିଛି। ମାସକ ପୂର୍ବେ ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଉପରେ ଆକ୍ରମଣକୁ ନେଇ ଦେଶସାରା ସପ୍ତାହବ୍ୟାପୀ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଡାକ୍ତରମାନଙ୍କ ସୁରକ୍ଷା ଦାବି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଇନଗତ ବ୍ୟବସ୍ଥା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ଆଇନ ପ୍ରସ୍ତୁତ କରିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସମସ୍ତ ରାଜ୍ୟ ସରକାରଙ୍କଠାରୁ ପ୍ରସ୍ତାବ ଆହ୍ବାନ କରିଥିଲେ।

kalyan agarbati

Comments are closed.