ଭାରତକୁ ଅଲକାଏଦାର ଧମକ

ନୂଆଦିଲ୍ଲୀ : ଭାରତୀୟ ସେନା ଉପରେ ଆକ୍ରମଣ ଓ ଜାମ୍ମୁ-କାଶ୍ମୀରରେ ଅଶାନ୍ତ ସୃଷ୍ଟି କରିବା ଲାଗି ମୁଜାହିଦ୍ଦିନମାନେ ପ୍ରସ୍ତୁତ ହୋଇ ରହିଛନ୍ତି। ଆଗାମୀ ଦିନରେ ସେମାନେ ଭାରତ ଉପରେ ଆକ୍ରମଣକୁ ଜୋରଦାର କରିବେ ବୋଲି ଅଲକାଏଦା ମୁଖ୍ୟ ଆଇମ୍ୟାନ ଅଲ ଯୱାହରି ଧମକ ଦେଇଛନ୍ତି। ଅଲ କାଏଦାର ମିଡିଆ ୱିଙ୍ଗ ଫାଉଣ୍ଡେସନ ଫର ଡିଫେନ୍ସ ଅଫ ଡେମୋକ୍ରେସିସ୍‌ (ଏଫଡିଡି) ଲଙ୍ଗ ୱାର ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟରେ ଜୱାହରି ଏହି ଧମକ ଦେଇଛନ୍ତି। ଭାରତ ଉପରେ ଅଧିକ ଆକ୍ରମଣ ଧମକ ସହିତ ସୀମା ପାର ଆତଙ୍କବାଦରେ ପାକିସ୍ତାନର ସମ୍ପୃକ୍ତିକୁ ଜୱାହରି ସାର୍ବଜନୀନ କରିଛନ୍ତି।

kalyan agarbati

Comments are closed.