ପୁଲିସ ଆଗରେ ଦଳିତ ଯୁବକକୁ ହତ୍ୟା
ଅହମଦାବାଦ : ଅହମଦାବାଦର ଭାରମୋର ଗ୍ରାମରେ ଜଣେ ଦଳିତ ଯୁବକକୁ ତାର ଶ୍ବଶୁର ଘର ଲୋକେ ପୁଲିସ ଆଗରେ ହତ୍ୟା କରିଛନ୍ତି। ଦଳିତ ଯୁବକ ହରେଶ କୁମାର ସୋଲାଙ୍କି ଉଚ୍ଚ ଜାତିର ଜଣେ ଯୁବତୀ ଊର୍ମିଳା ସିହ୍ନାଙ୍କୁ ବିବାହ କରିଥିଲେ। ବିବାହ ପରେ ଊର୍ମିଳାଙ୍କୁ ତାଙ୍କ ବାପ ଘର ଲୋକେ ନେଇ ଯାଇଥିଲେ। ଉର୍ମିଳା ୨ମାସର ଗର୍ଭବତୀ ଥିଲେ।
େତବେ କଚ୍ଛ ଜିଲାରେ ରହୁଥିବା ଊର୍ମିଳାଙ୍କୁ ବୁଝାସୁଝା କରି ଘରକୁ ଆଣିବା ଲାଗି ହରେଶ ଏକ ମହିଳା ହେଲପଲାଇନ ‘ଅଭୟମ’ର ସହୟତା ନେଇଥିଲେ। ଅଭୟମର ସଦସ୍ୟ ଓ ପୁଲିସ ସୋମବାର ସନ୍ଧ୍ୟାରେ ଊର୍ମିଳାଙ୍କ ପିତାମାତାଙ୍କ ସହିତ ଆଲୋଚନା ଲାଗି ପହଞ୍ଚିଥିଲେ। ହରେଶ ମଧ୍ୟ ସେମାନଙ୍କ ସହିତ ଯାଇଥିଲେ। ଊର୍ମିଳାଙ୍କ ପିତାମାତାଙ୍କ ସହିତ ମହିଳା ହେଲପଲାଇନ ସଦସ୍ୟ ଓ ପୁଲିସ କଥାବାର୍ତ୍ତା କରୁଥିବାବେଳେ ହରେଶ ଗାଡିରେ ବସିଥିଲେ। ଏହି ସମୟରେ ୮ଜଣ ଲୋକ ଖଣ୍ଡା, ଛୁରୀ, ଲୁହା ରଡ ଓ ବାଡିରେ ହରେଶଙ୍କୁ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ହରେଶଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ୮ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ଗିରଫ କରିଛି।
Comments are closed.