www.samajalive.in
Tuesday, December 9, 2025
26.1 C
Bhubaneswar

ବଜ୍ରପାତରେ ୩୦ ମୃତ ଓ ୨୭ ଆହତ

ପାଟଣା : ମୌସୁମୀ ବର୍ଷା ପ୍ରଚଣ୍ଡ ଖରାରୁ ଆସ୍ବସ୍ତି ଦେଇଥିବା ବେଳେ କିଛି ଲୋକଙ୍କ ପାଇଁ କାଳ ପାଲଟିଛି । ମୌସୁମୀ ବର୍ଷା ସମୟରେ ବିହାରର ୧୪ଟି ଜିଲାରେ ବଜ୍ରପାତ ଯୋଗୁଁ ବୁଧବାର ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି । ​‌ବେଗୁସରାଇ ଏବଂ ଭାଗଲପୁର ଜିଲାରେ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଭାଗଲପୁରରେ ୫ ଜଣ, ବେଗୁସରାଇରେ ୫ ଜଣ, ସହରସାରେ ୩ ଜଣ, ପୂର୍ଣ୍ଣିମାରେ ୩ ଜଣ, ଅରରିୟାରେ ୨ ଜଣ, ଜମୁଇରେ ୨ ଜଣ, କଟିହାରରେ ୨ ଜଣ, ଖଗଡିଆ, ଖଗରିଆ, ମଧେପୁରା, ଦରଭଙ୍ଗା,  ମଧୁବଣୀ, ସିତାମଢି, ମୋତିହାରୀ ଏବଂ ଗୟାରେ ଜଣ ଲେଖାଏଁ ଲୋକ ପ୍ରାଣ ହରାଇଛନ୍ତି । ଏହି ଘଟଣାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି । ଏହା ପୂର୍ବରୁ ମଙ୍ଗଳବାର ରାଜ୍ୟରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା ।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories