ସରକାରୀ ପରୀକ୍ଷା ପ୍ରଶ୍ନପତ୍ରରେ ପିଓକେକୁ ଦର୍ଶାଗଲା ‘ଆଜାଦ କାଶ୍ମୀର’

0

ଶ୍ରୀନଗର : ଜାମ୍ମୁ କାଶ୍ମୀରର ଏକ ସରକାରୀ ପରୀକ୍ଷାରେ ବିବାଦୀୟ ପ୍ରଶ୍ନକୁ ନେଇ ହଙ୍ଗାମା ହୋଇଛି । ଜାମ୍ମୁ କାଶ୍ମୀର ସେବା ଚୟନ ବୋର୍ଡ (ଏସ୍‌ଏସ୍‌ଆରବି) ପକ୍ଷରୁ ଗ୍ରାମ ହିସାବ ରକ୍ଷକ ପଦ ପାଇଁ ହେଉଥିବା ଏକ ପରୀକ୍ଷା ପ୍ରଶ୍ନପତ୍ରରେ ପାକ୍‌ ଅଧିକୃତ କାଶ୍ମୀର (ପିଓକେ)କୁ ‘ଆଜାଦ କାଶ୍ମୀର’ ଦର୍ଶଯାଇଥିଲା । ପ୍ରଶ୍ନପତ୍ରକୁ ନେଇ ବୋର୍ଡ ଅଧ୍ୟକ୍ଷ ସିମରନଦୀପ ସିଂହ କହିଛନ୍ତି ଯେ ପ୍ରଶ୍ନପତ୍ର ପ୍ରସ୍ତୁତ କରିଥିବା ବିଶେଷଜ୍ଞଙ୍କୁ ଏନେଇ ଜବାବ ତଲବ କରାଯାଇଛି । ଭାରତରେ ପାକ୍‌ ଅଧିକୃତ କାଶ୍ମୀରକୁ (ପିଓକେ) ବୋଲି ଲେଖାଯାଏ । ପାକିସ୍ତାନ ପକ୍ଷରୁ ପିଓକେ ପାଇଁ ‘ଆଜାଦ କାଶ୍ମୀର’ ଶବ୍ଦର ବ୍ୟବହାର କରାଯାଇଥାଏ । ତେଣୁ ଭାରତରେ ସରକାରୀ ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ପିଓକେକୁ ‘ଆଜାଦ କାଶ୍ମୀର’ ଲେଖାଯିବା ଘଟଣା ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ପ୍ରଶ୍ନପତ୍ରର ୮୬ ନମ୍ବର ପ୍ରଶ୍ନରେ ‘ଆଜାଦ କାଶ୍ମୀର’ ଶବ୍ଦର ଉଲ୍ଲେଖ କରାଯାଇଛି ।

Leave A Reply