BSKY banner  750×100

ଶିଶୁଙ୍କ ପାଇଁ ବିହାରରେ ନିର୍ମାଣ ହେବ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, କେନ୍ଦ୍ର ଦେବ ସହାୟତା

nua o banner

ପାଟଣା/ନୂଆଦିଲ୍ଲୀ : ବିହାରରେ ଶିଶୁଙ୍କ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ ନିର୍ମାଣ ହେବ। ଏଥିପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦଳ ମିଶି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ମୁଜଫରପୁରର ଏସକେଏମସିଏଚ ହସ୍ପିଟାଲ ପରିସରରେ ଏହି ହସ୍ପିଟାଲ ନିର୍ମାଣ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିମାଣ କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ରବିବାର ଏହି ସୂଚନା ଦେଇଛନ୍ତି।
ଡ. ହର୍ଷବର୍ଦ୍ଧନ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ବିହାରରେ ମସ୍ତିଷ୍କ ଜ୍ୱରର କାରଣ, ଉତ୍ପନ୍ନ ସ୍ଥିତିର ସମୀକ୍ଷା କରିଥିଲେ। ଏହାପରେ ହର୍ଷବର୍ଦ୍ଧନ ହସ୍ପିଟାଲ ନିର୍ମାଣ ନେଇ ସୂଚନା ଦେଇଛନ୍ତି। ଏହି ହସ୍ପିଟାଲ ନିର୍ମାଣ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। ଏବେ ଏସକେଏମସିଏଚ ହସ୍ପିଟାଲରେ ୮୪ ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କ ଉପରେ ନିୟମିତ ଦୃଷ୍ଟି ରଖାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ ଶନିବାର ମୁଜଫରପୁରରେ ପହଞ୍ଚି ପରିସ୍ଥିତିର ତଦାରଖ କରିଥିଲେ। ମସ୍କିଷ୍କ ଜ୍ୱର ଜନିତ ଶିଶୁଙ୍କ ମୃତ୍ୟୁ ବନ୍ଦ ନହେବା ପର୍ଯ୍ୟନ୍ତ କେନ୍ଦ୍ରୀୟ ଡାକ୍ତରୀ ଦଳ ବିହାରରେ ମୁତୟନ ରହିବେ ବୋଲି ଲଭ ଅଗ୍ରୱାଲ କହିଛନ୍ତି।

Comments are closed.