www.samajalive.in
Monday, December 8, 2025
14.1 C
Bhubaneswar

ସମ୍ବଲପୁରରେ ‘ସିଡ୍ସ ବଲ’ ଦ୍ୱାରା ବ୍ୟାପକ ଚାରାରୋପଣ ଲକ୍ଷ୍ୟ

ସମ୍ବଲପୁର: ମନୁଷ୍ୟ ତାର ନିଜର ସ୍ୱାର୍ଥ ସାଧନ ପାଇଁ ବିକାଶ ନାମରେ ଦିନକୁ ଦିନ ପ୍ରାକୃତିକ ସବୁଜିମାକୁ ନଷ୍ଟ କରିବାରେ ଲାଗିଛି। ଏହାର ପ୍ରତିଫଳନ ଗତ କିଛ ବର୍ଷ ହେବ ବର୍ଷର ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ରୂପରେ ମନୁଷ୍ୟ ଦେଖି ଆସୁଛି। ଭାରତବର୍ଷରେ ସବୁଜିମା ନଷ୍ଟ ଓ ପ୍ରାକୃତିକ ସହିତ ମନୁଷ୍ୟର ଖେଳର ପ୍ରତିଫଳନ ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଦେଖିବାକୁ ମିଳୁଛି। ଦେଶର ବିଭିନ୍ନ ସହରରେ ତାପମାତ୍ରା ୫୦ ଡିଗ୍ରିରୁ ଅଧିକ ହୋଇଥିବା ବେଳେ ପଶ୍ଚିମ ଓଡିଶାର ପ୍ରାୟ ସହର ବହୁ ଦିନ ଧରି ୪୫ ଡିଗ୍ରୀରୁ ଉର୍ଦ୍ଧ ତାପମାତ୍ରା ରହିଛି। ଚଳିତ ବର୍ଷ ଦିନର ତାପମାତ୍ରା ବୃଦ୍ଧିର ସହିତ ରାତ୍ରି ତାପମାତ୍ରା ମଧ୍ୟ ୩୦ ଡିଗ୍ରୀରୁ ପାର ହେବାର ପରଲକ୍ଷିତ କରାଯାଇଛି, ଯାହାକି ସାଧାରଣତଃ ଦେଖିବାକୁ ମିଳି ନ ଥାଏ।

ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ବିଭିନ୍ନ ରୂପରେ ଦେଖିବା ପରେ ସୁଦ୍ଧା ମନୁଷ୍ୟ ତାର ଭୋଗବିଳାସ ପ୍ରକୃତିକୁ ଛାଡି ପାରୁ ନାହିଁ। ସମସ୍ତେ ଅନୁଭବ କରୁଛନ୍ତି ଯେ, ପ୍ରାକୃତିକ ସବୁଜିମା ନଷ୍ଟ ଓ ପ୍ରଦୂଷଣ ଯୋଗୁଁ ଏଭଳି ଦୁରବସ୍ଥା ପ୍ରତି ବର୍ଷ ଲାଗି ରହୁଛି। କିନ୍ତୁ ସବୁଜିମା ସୃଷ୍ଟି ଓ ପ୍ରଦୂଷଣ କମ କରିବା ପାଇଁ କେହି ଆଗଭର ହେଉ ନାହାନ୍ତି। ଏଭଳି ସ୍ଥଳରେ ସମ୍ବଲପୁରର ବନ ବିଭାଗ ଚଳିତ ବର୍ଷ ବର୍ଷା ଋତୁରେ ବ୍ୟାପକ ଚାରା ରୋପଣ କରି ସବୁଜିମା ସୃଷ୍ଟି କରିବା ପାଇଁ ଅଣ୍ଟା ଭିଡିଛି। ଏଥି ପାଇଁ ସମ୍ବଲପୁର ବନ ବିଭାଗ ଅର୍ନ୍ତଗତ ଧମା ରେଞ୍ଜ ଠାରେ ଥିବା ହାଇଟେକ ନର୍ସରୀ ଲରାସରା ଠାରେ ‘ସିଡ୍ସ ବଲ’ର ନିର୍ମାଣ ଜୋରସୋରରେ ଚାଲିଛି। ଏହି ‘ସିଡ୍ସ ବଲ’ ଅଭିଯାନ ସର୍ମ୍ପକରେ ସମ୍ବଲପୁର ବନ ବିଭାଗ ଅଧିକାରୀ ଡ. ସଞ୍ଜିତ କୁମାର କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ବଲ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଆଗାମୀ ଦିନରେ ସାଧାରଣତଃ ଅଗମ୍ୟ ଅଞ୍ଚଳ ମାନଙ୍କରେ ସବୁଜିମା ସୃଷ୍ଟି କରିବା ପାଇଁ ଏହା ବ୍ୟବହୃତ ହେବ। ଏହା ସହିତ ବିଭିନ୍ନ ସାର୍ବଜନୀନ ଉତ୍ସବ ଯଥା ସ୍ୱାଧିନତା ଦିବସ, ସାଧାରଣତନ୍ତ୍ର ଦିବସ ଆଦିରେ ସାଧାରଣ ଜନତାଙ୍କୁ ଏହି ‘ସିଡ୍ସ ବଲ’ ଗୁଡିକୁ ଦିଆଯାଇ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଗୁଡିକରେ ମଧ୍ୟ ସବୁଜିମା ସୃଷ୍ଟି କରିବା ପାଇଁ ସଚେତନ ଓ ଚେଷ୍ଟା କରାଯିବ।

- Advertisement -

ବିଭାଗ ତରଫରୁ ନିମ୍ବ, କରଞ୍ଜ, ଜାମୁ ଆଦି ଗଛର ମଞ୍ଜି ଗୁଡିକୁ କମ୍ପୋଷ୍ଟ ଓ ମାଟିର ମିଶ୍ରଣରେ ଏହି ‘ସିଡ୍ସ ବଲ’ ଗୁଡିକୁ ନିର୍ମାଣ କରାଯାଉଛି। ଗୋଟିଏ ‘ସିଡ୍ସ ବଲ’କୁ ନିର୍ମାଣରେ ଗୋଟିଏ ଗିନାରେ ଗୋଟିଏ କପ ମଞ୍ଜି, ୫ଟି କପ କମ୍ପୋଷ୍ଟ, ୩ଟି କପ ମାଟି ସହିତ ପାଣି ମିଶାଇ ତାକୁ ଧିରେ ଧିରେ ମିଳାଇ ତାକୁ ହାତରେ ଗୋଳା (ସିଡ୍ସ ବଲ) କରାଯାଉଛି। ଏହା ପରେ ସେହି ଗୋଳା ଗୁଡିକୁ ଖରାରେ ଶୁଖାଇ ଟାଣ କରାଯାଉଛି। ବର୍ଷା ଋତୁରେ ଏଗୁଡିକୁ ବ୍ୟବହାର କରାଯାଇ ବ୍ୟାପକ ସବୁଜିମା ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ଡିଏଫଓ ଡା. ସଞ୍ଜିତ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ସିଡ୍ସ ବଲର କାର୍ଯ୍ୟ ଚାଲିଥିବା ବେଳେ ଆଗାମି ଦିନରେ ଏହାର ଚାହିଦାକୁ ଦେଖି ଅଧିକ ମାତ୍ରାରେ ମଧ୍ୟ ଜିଲା ବିଭିନ୍ନ ନର୍ସରୀ ମାନଙ୍କରେ ନିର୍ମାଣ କରାଯିବ। ଏହା ସହିତ ଜୁନ ମାସ ଶେଷ ସପ୍ତାହରେ ସମ୍ବଲପୁର ଠାରେ ସାଧାରଣ ଜନତାଙ୍କୁ ଏହି ଅଭିଯାନରେ ସାମିଲ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ କରିବା ପାଇଁ ଯୋଜନା କରାଯାଉଛି ବୋଲି ଡ. ସଞ୍ଜିତ କୁମାର କହିଛନ୍ତି। ବିଭାଗ ପକ୍ଷରୁ କରାଯାଉଥିବା ଉଦ୍ୟମକୁ ସବୁ ମହଲରେ ସ୍ୱାଗତ କରାଯାଉଥିବା ବେଳେ କେବଳ ବିଭାଗ ଚାହିଁଲେ ସବୁଜିମା ସୃଷ୍ଟି ହୋଇ ପାରିବ ନାହିଁ, ଏଥି ପାଇଁ ଜନତାଙ୍କୁ ମଧ୍ୟ ଆଗାମୀ ପିଢ଼ି ପାଇଁ ଆଗେଇ ଆସିବାକୁ ପଡିବ ବୋଲି ପରିବେଶବିତ ମାନେ ମତ ଦେଉଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories