www.samajalive.in
Sunday, December 7, 2025
26.1 C
Bhubaneswar

୮ କ୍ୟାବିନେଟ କମିଟିର ପୁନର୍ଗଠନ କଲେ କେନ୍ଦ୍ର ସରକାର; ସର୍ବାଧିକ କମିଟିରେ ମୋଦୀ, ଶାହ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ୟ ପାଳିରେ ଅନେକ ମନ୍ତ୍ରଣାଳୟରେ ବଡ଼ ଧରଣର ପରିବର୍ତ୍ତନ କରିଥିବାବେଳେ ଅମିତ ଶାହଙ୍କୁ ଗୁରୁ ଦାୟିତ୍ଵ ମିଳିଛି। ସେହିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ କ୍ୟାବିନେଟ କମିଟିର ପୁନର୍ଗଠନ କରାଯାଇଛି। ଏହି କମିଟିଗୁଡ଼ିକରେ ମଧ୍ୟ ଏଥର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଗୁରୁତ୍ଵ ଦିଆଯାଇଛି। ମୋଦୀଙ୍କ ପରେ ଶାହ ସବୁଠାରୁ ଅଧିକ କମିଟିରେ ସ୍ଥାନ ପାଇଛନ୍ତି।

କମିଟିଗୁଡ଼ିକ ମଧ୍ୟରେ ମନ୍ତ୍ରିମଣ୍ଡଳ ନିଯୁକ୍ତ କରୁଥିବା କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ରହିଛନ୍ତି। ସେହିପରି ସୁରକ୍ଷା ବ୍ୟାପାର କ୍ୟାବିନେଟ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷ ରହିଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସଦସ୍ୟ ଅଛନ୍ତି।

- Advertisement -

ଆବାସ ବ୍ୟାପାର କ୍ୟାବିନେଟ କମିଟିରେ ଅମିତ ଶାହ ଅଧ୍ୟକ୍ଷ ଥିବାବେଳେ ନିତିତ ଗଡ଼କରୀ, ନିର୍ମଳା ସୀତାରମଣ, ପୀୟୁଷ ଗୋୟଲ ସଦସ୍ୟ ରହିଛନ୍ତି। ଜିତେନ୍ଦ୍ର ସିଂହ ଏବହ ହରଦୀପ ସିଂହ ପୁରି ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷ ଅଛନ୍ତି। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ନିତିନ ଗଡ଼କରୀ, ସଦାନନ୍ଦ ଦେବେଗୌଡ଼ା, ନିର୍ମଳା ସୀତାରମଣ, ନରେନ୍ଦ୍ର ସିଂହ ତୋମାର, ରବିଶଙ୍କର ପ୍ରସାଦ, ହରସିମରତ କୌର ବାଦଲ, ପୀୟୁଷ ଗୋୟଲ ଏବଂ ଧର୍ମେନ୍ଦ୍ର ପ୍ରଧାନ ସଦସ୍ୟତା ଲାଭ କରିଛନ୍ତି।

ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟିରେ ଅମିତ ଶାହ ଅଧ୍ୟକ୍ଷ ଥିବାବେଳେ ନିର୍ମଳା ସୀତାରମଣ, ରାମବିଳାଶ ପାଶ୍ଵନ, ନରେନ୍ଦ୍ର ସିଂହ ତୋମାର, ରବିଶଙ୍କର ପ୍ରସାଦ, ଥାବର ଚନ୍ଦ ହେଲଟ, ପ୍ରକାଶ ଜାଭଡେକର ଏବଂ ପ୍ରହଲାଦ ଯୋଶୀ ପ୍ରମୁଖ ସଦସ୍ୟ ଅଛନ୍ତି। ଏହି କମିଟିରେ ଅର୍ଜୁନ ରାମ ମେଘୱାଲ ଏବଂ ବି. ମୁରଲୀଧରନ ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଏହାବ୍ୟତୀତ ରାଜନୈତିକ ବ୍ୟାପାର କ୍ୟାବିନେଟ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷ ରହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ନିତିନ ଗଡ଼କରୀ, ନିର୍ମଳା ସୀତାରମଣ, ରାମବିଳାସ ପାୱନ, ନରେନ୍ଦ୍ର ସିଂହ ତୋମାର, ରବିଶଙ୍କର ପ୍ରସାଦ, ହରସିମରତ କୌର ବାଦଲ, ପୀୟୁଷ ଗୋୟଲ, ଅରବିନ୍ଦ ସାୱନ୍ତ, ପ୍ରହଲାଦ ଯୋଶୀ ପ୍ରମୁଖ ସଦସ୍ୟ ଅଛନ୍ତି।

ନିବେଶ-ବିକାଶ ବ୍ୟାପାର କ୍ୟାବିନେଟ କମିଟିରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷ ରହିଥିବାବେଳେ ଅମିତ ଶାହ, ନିତିନ ଗଡ଼କରୀ, ନିର୍ମଳା ସୀତାରମଣ, ପୀୟୁଷ ଗୋୟଲ ସଦସ୍ୟ ଅଛନ୍ତି। ସେହିପରି ରୋଜଗାର ଏବଂ ଦକ୍ଷତା ବିକାଶ ବ୍ୟାପାର କମିଟିରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷ ଅଛନ୍ତି। ଏହି କମିଟିରେ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମ, ନରେନ୍ଦ୍ର ସିଂହ ତୋମାର, ପୀୟୁଷ ଗୋୟଲ, ରମେଶ ପୋଖରୀୟାଲ, ଧର୍ମେନ୍ଦ୍ର ପ୍ରଧାନ, ମେହନ୍ଦ୍ର ନାଥ ପାଣ୍ଡେ, ସନ୍ତୋଷ ଗାଙ୍ଗୱାର, ହରଦୀପ ସିଂହ ପୁରୀଙ୍କୁ ସଦସ୍ୟତା ମିଳିଛି। ନିତିନ ଗଡ଼କରୀ, ହରସିମରତ କୌର ବାଦଲ, ପ୍ରହଲାଦ ଯୋଶୀ ଏବଂ ସ୍ମୃତି ଇରାନୀ ପ୍ରମୁଖ କମିଟିରେ ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories