ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ୍‌ ହେବେ ମମତା

ନୂଆଦିଲ୍ଲୀ . – ନିର୍ବାଚନ ସମୟରେ ଓ ପରେ ମମତା ବାନାର୍ଜୀ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟରେ ଥିବା ମତଭେଦ ସ୍ପଷ୍ଟ ବାରି ହେଉଥିଲା । ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ବି ବେଶ୍‌ ସରଗରମ୍‌ ହୋଇଥିଲା । ବିଜେପି କର୍ମୀଙ୍କ ଉପରେ ପଶ୍ଚିମବଙ୍ଗ ସରକାର ଜୁଲୁମ କରୁଥିବା ବିଜେପି ନେତାମାନେ ଅଭିଯୋଗ କରିଥିଲେ । ହେଲେ ଏବେ ନିର୍ବାଚନୀ ମତଭେଦକୁ ଭୁଲିଯାଇ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଶପଥ ଗ୍ରହଣ ଉତ୍ସବରେ ସାମିଲ୍‌ ହେବେ ବୋଲି ସୂଚନା ମିଳିଛି । ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ଉତ୍ସବରେ ସାମିଲ୍‌ ହେବେ ବୋଲି ସୂଚନା ଦେଇଛନ୍ତି । ମୋଦୀଙ୍କର ଶପଥ ଗ୍ରହଣ ଉତ୍ସବକୁ ତାମିଲ ଅଭିନେତା କମଲ ହାସନ ଓ ରଜନୀକାନ୍ତଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ତାମିଲ ଅଭିନେତା କମଲ ହାସନଙ୍କର ମକ୍କଲ ନିଧି ମୟମ ପାର୍ଟି ପ୍ରଥମଥର ପାଇଁ ନିର୍ବାଚନରେ ଅଂଶଗ୍ରହଣ କରିଥିଲା । । ରଜନୀକାନ୍ତ ୨୦୧୭ ଡିସେମ୍ବର ମାସରେ ରାଜନୀତିରେ ପ୍ରବେଶ କରିଥିବା ନେଇ ସୂଚନା ଦେଇଛନ୍ତି। ହେଲେ ସେ ଏହାର ରୂପରେଖ ବିଷୟରେ କୌଣସି ସୂଚନା ଦେଇନାହାନ୍ତି ।

prayash

ମୋଦୀଙ୍କର ଶପଥ ଗ୍ରହଣ ଉତ୍ସବରୁ ବିମସ୍‌ଟେକ୍‌ର ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଛି । ୩୦ ମେ ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋଦୀଙ୍କ ସହ ତାଙ୍କର ମନ୍ତ୍ରୀ ମଣ୍ଡଳକୁ ଶପଥ ଗ୍ରହଣ କରାଇବେ ।

kalyan agarbati

Comments are closed.