www.samajalive.in
Monday, December 15, 2025
24.1 C
Bhubaneswar

ମହିଳାଙ୍କୁ ଗଣଦୁଷ୍କର୍ମ ପ୍ରତିବାଦରେ ରାସ୍ତା ଅବରୋଧ

ନୀଳଗିରି: ମହିଳାଙ୍କୁ ଗଣଦୁଷ୍କର୍ମ ପ୍ରତିବାଦରେ ରାସ୍ତା ଅବରୋଧ କରାଯାଇଛି । ଧାନକ୍ଷେତ ଜଗିବା ଉଦେଶ୍ୟରେ ମଞ୍ଚା ଉପରେ ଶୋଇଥିବା ତେଣ୍ଡା ଅଞ୍ଚଳର ଜଣେ ଆଦିବାସୀ ମହିଳାଙ୍କୁ ବନକର୍ମଚାରୀଙ୍କ ଦ୍ବାରା ଗଣଦୁଷ୍କର୍ମ କରାଯିବା ପ୍ରତିବାଦରେ ସ୍ଥାନୀୟ ହଜାରରୁ ଊର୍ଦ୍ଧ୍ବ ଆଦିବାସୀ ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ସଜନାଗଡ ଛକରେ ରାସ୍ତା ଅବରୋଧ କରିଛନ୍ତି। ଏନେଇ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଛି। ଘଟଣାସ୍ଥଳରେ ପୁଲିସ ଛାଉଣି ହୋଇଛି। ଖବରପାଇ ନୀଳଗିରି ଉପଜିଲାପାଳ ଅବୋଲି ଏସ୍ ନରଓ୍ବଣେ (ଆଇଏଏସ୍) ପହଞ୍ଚି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଆଦିବାସୀଙ୍କୁ ଉଚିତ ନ୍ୟାୟ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଆଦିବାସୀ ଓହରି ଯାଇଛନ୍ତି। ଅନ୍ୟପକ୍ଷରେ ବନବିଭାଗ, ପୁଲିସ କିମ୍ବା ପ୍ରଶାସନ ଆଦିବାସୀଙ୍କ ହକ୍ ଛଡାଇବାକୁ ଅପଚେଷ୍ଟା କଲେ ସେମାନଙ୍କୁ ଉଚିତ ଜବାବ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories