www.samajalive.in
Sunday, December 7, 2025
26.1 C
Bhubaneswar

ସିକ୍କିମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ପ୍ରେମ ସିଂ ତମଙ୍ଗ

ଗ୍ୟାଙ୍ଗଟକ .- ସିକ୍କିମର ମୁଖ୍ୟମନ୍ତ୍ରୀ ଭାବେ ପ୍ରେମ ସିଂ ତମଙ୍ଗ ଶପଥ ଗ୍ରହଣ କରିଛନ୍ତି । ସୋମବାରରେ ରାଜ୍ୟପାଳ ଗଙ୍ଗା ପ୍ରସାଦ ଗ୍ୟାଙ୍ଗଟକରେ ଥିବା ପଲଜୋର ଷ୍ଟାଡିୟମରେ ପ୍ରେମ ସିଂ ତମାଙ୍ଗଙ୍କୁ ଶପଥ ଗ୍ରହଣ କରାଇଥିଲେ । ୩୨ ଆସନ ବିଶିଷ୍ଟ ବିଧାନସଭାରେ ପ୍ରେମ ସିଂଙ୍କ ଦଳ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ୧୭ଟି ଆସନ ଜିତିଛି । ଗତ ୨୪ ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ପଓ୍ବନ କୁମାର ଚାମଲିଙ୍ଗଙ୍କ ଦଳ ଏସ୍‌ଡିଏଫ୍‌ ଚଳି ନିର୍ବାଚନରେ ୧୫ଟି ଆସନରେ ବିଜେୟ ଲାଭ କରିଥିଲା ।

ପ୍ରେମ ସିଂ ତମଙ୍ଗ ସିକ୍କିମରେ ପିଏସ୍‌ ଗୋଲୟନାମରେ ପ୍ରସିଦ୍ଧ । ସେ ଚଳିତ ବିଧାନ ସଭାରେ ନିର୍ବାଚନ ଲଢି ନାହାନ୍ତି କିମ୍ବା ବିଧାୟକ ନୁହନ୍ତି । ୫୧ ବର୍ଷିୟ ପ୍ରେମ ସିଂଙ୍କ ଶପଥ ଗ୍ରହଣ ଉତ୍ସବରେ ଏସ୍‌କେଏମ୍‌ର ହଜାର ହଜାର ସମର୍ଥକ ଉପସ୍ଥିତ ଥିଲେ । ଏହି ଶପଥ ଗ୍ରହଣ ଉତ୍ସବକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ପଓ୍ୱନ କୁମାର ଚାମଲିଙ୍ଗ ଓ ତାଙ୍କ ଦଳର ନେତାମାନେ ବର୍ଜନ କରିଛନ୍ତି ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories