www.samajalive.in
Monday, December 8, 2025
14.1 C
Bhubaneswar

ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ଜାକିର ମୁସା ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ଜାକିର ମୁସା ନିହତ ହୋଇଛି। ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲାରେ ପ୍ରଭାବ ବିସ୍ତାର କରିଥିବା ମୁସାକୁ ସେନା, ସିଆରପିଏଫ ଏବଂ ରାଜ୍ୟ ପୁଲିସ ମିଳିତ ଅପରେଶନ କରି ନିପାତ କରିଛନ୍ତି।

ପୁଲୱାମାର ଦାଦସର ଗାଁରେ ଜାକିର ଏବଂ ତା’ର ସହଯୋଗୀ ଲୁଚି ରହିଥିବା ପୁଲିସକୁ ଖବର ମିଳିଥିଲା। ଏହାପରେ ସେନା ଏବଂ ସିଆରପିଏଫ ସହାୟତାରେ ପୁଲିସ ପକ୍ଷରୁ ସମ୍ପୃକ୍ତ ଗାଁରେ ସର୍ଚ୍ଚ ଅପରେଶନ କରାଯାଇଥିଲା। ଆତଙ୍କବାଦୀଦ୍ବୟ ଲୁଚି ରହିଥିବା ଘରକୁ ଯବାନମାନେ ଘେରିଯିବା ପରେ ଆତଙ୍କୀମାନେ ଗୁଳି ଚାଇଥିଲେ। ଫଳରେ ସେଠାରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା। ଏଥିରେ ମୁସା ଓ ତା’ର ସହଯୋଗୀ ନିହତ ହୋଇଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ୨୦ରୁ ଊର୍ଦ୍ଧ୍ଵ ଯୁବକ ଘଟଣାସ୍ଥଳକୁ ମାଡ଼ି ଆସିଥିଲେ। ପୁଲିସ ସେମାନଙ୍କ ଉପରକୁ ଟିୟର ଗ୍ୟାସ୍‌ ମାଡ଼ କରିଥିଲା। ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ସ୍ଥାନୀୟ ଯୁବକମାନଙ୍କ ମଧ୍ୟରେ ସଂଘର୍ଷ ସୃଷ୍ଟି ହୋଇଥିଲା।

- Advertisement -

ମୁସା ନିହତ ହେବା ପରେ କୌଣସି ଅଘଟଣ ଆଶଙ୍କା କରି ପ୍ରଶାସନ ପକ୍ଷରୁ ଦକ୍ଷିଣ କାଶ୍ମୀର ଏବଂ ଶ୍ରୀନଗରରେ ଶୁକ୍ରବାର ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ସ୍କୁଲ ଏବଂ କଲେଜଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଜାକିର ମୁସା ୧୯ ବର୍ଷ ବୟସରେ ୨୦୧୩ରେ ଆତଙ୍କବାଦୀ ସଂଗଠନରେ ଯୋଗଦେଇଥିଲା। ପ୍ରଥମେ ସେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନରେ ସାମିଲ ହୋଇଥିଲା। ସେତେବେଳେ ବରହାନ ୱାନି ହିଜବୁଲର ନେତୃତ୍ଵ ନେଉଥିଲେ। ମାତ୍ର ୨୦୧୬ରେ ବରହାନର ମୃତ୍ୟୁ ପରେ ମୁସା ହିଜବୁଲରୁ ଅଲଗା ହୋଇ ଅନସାର ଅଲ ଗଜୱାତ ଅଲ ହିନ୍ଦ ନାମରେ ନିଜର ଏକ ଆତଙ୍କୀ ସଂଗଠନ ଗଢ଼ିଥିଲା। ଏଥିରେ ପ୍ରାୟ ୧୦ ଆତଙ୍କୀ ସାମିଲ ହୋଇ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଥିଲେ। ଗତ ୨ବର୍ଷ ମଧ୍ୟରେ ଏହି ସଂଗଠନର ଅଧିକାଂଶ ସଦସ୍ୟ ନିହତ ହୋଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories