www.samajalive.in
Sunday, December 7, 2025
26.1 C
Bhubaneswar

ମେ’ ୨୪ରେ ଭାଙ୍ଗିଯିବ କର୍ଣ୍ଣାଟକ ସରକାର : ସଦାନନ୍ଦ ଗୌଡ଼ା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ କର୍ଣ୍ଣାଟକର କଂଗ୍ରେସ-ଜେଡିଏସ୍‍ ସରକାର ଭାଙ୍ଗିଯିବ ଓ କୁମାରସ୍ୱାମୀ କେବଳ ମେ’ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବେ ବୋଲି କେନ୍ଦ୍ର ମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡ଼ା ବୁଧବାର ଦାବି କରିଛନ୍ତି।
କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାନନ୍ଦ ଗୌଡ଼ା କହିଛନ୍ତି ଯେ କଂଗ୍ରେସ-ଜେଡିଏସ୍‍ ସରକାର ଭାଙ୍ଗିବା ପରେ ନୂଆ ସରକାର ଗଠନ ପାଇଁ ମଞ୍ଚ ପ୍ରସ୍ତୁତ ହେବ। ଲୋକସଭା ନିର୍ବାଚନ ମତଗଣନା ଶେଷ ହେବା ପରେ ରାତିରେ ଆଉ କୁମାରସ୍ୱାମୀଙ୍କୁ ନିଦ ହେବନି। ମେ’ ୨୪ ସକାଳେ କୁମାରସ୍ୱାମୀ ଆଉ ମୁଖ୍ୟମନ୍ତ୍ରୀ ନଥିବେ। ଲୋକସଭା ନିର୍ବାଚନର ପରିଣାମ କର୍ଣ୍ଣାଟକର ମେଣ୍ଟ ସରକାରର ସ୍ଥିରତା ଉପରେ ପ୍ରଭାବୀ ହେବ।

ଏକ୍‍ଜିଟ୍‍ ପୋଲରେ ପୂର୍ବାନୁମାନ ଅନୁସାରେ କର୍ଣ୍ଣାଟକର ୨୮ ଲୋକସଭା ଆସନରୁ ବିଜେପି ୨୧ଟିରେ ବିଜୟୀ ହେବ। ୨୦୧୪ ଲୋକସଭା ନିର୍ବାଚନରେ ବିଜେପି କର୍ଣ୍ଣାଟକର ୧୭ଟି ଆସନରେ ବିଜୟୀ ହୋଇଥିଲା। ଏପଟେ କର୍ଣ୍ଣାଟକର କଂଗ୍ରେସ-ଜେଡିଏସ୍‍ ମେଣ୍ଟ ସରକାର ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ‘ଅପରେସନ ଲୋଟସ’ରେ ବିଜେପି କେତେକ ଅସନ୍ତୁଷ୍ଟ ବିଧାୟକଙ୍କୁ କିଣି ନେବ। ବିଜେପି ଘୋଡ଼ା ବେପାର ମାଧ୍ୟମରେ କର୍ଣ୍ଣାଟକ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଆସୁଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories